ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚା କଦଳୀ କଟଲେଟ୍, ଥରେ ଖାଇଲେ ଭୁଲିପାରିବେନି ସ୍ୱାଦ

ଖାଇବା ଏବଂ ଖୁଆଇବା ଋତୁ ହେଉଛି ଶୀତ ଋତୁ କାରଣ, ଏହି ଋତୁରେ ଖାଦ୍ୟ ସହଜରେ ହଜମ ହୋଇଥାଏ। ଏହା ସହିତ, ଯଦି କିଛି ମୌଳିକ ଜିନିଷକୁ ଧ୍ୟାନରେ ରଖି ସୁସ୍ଥ ରେସିପି ପ୍ରସ୍ତୁତ କରାଯାଏ, ତେବେ ଖାଦ୍ୟର ସ୍ୱାଦ ଆହୁରି ବଢ଼ିଯାଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଆଉ ଏକ ନୂଆ ରେସିପି ବିଷୟରେ । ଯାହାର ନା କଞ୍ଚା କଦଳୀ କଟଲେଟ୍। କଞ୍ଚା କଦଳୀ କଟଲେଟ୍ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ବହୁତ ସୁସ୍ଥ ମଧ୍ୟ । ଆସନ୍ତୁ ଜାଣିବା କିପରି ସୁସ୍ୱାଦୁ କଞ୍ଚା କଦଳୀ କଟଲେଟ୍ ତିଆରି କରିବା –

ଆବଶ୍ୟକ ସାମଗ୍ରୀ:

କଦଳୀ ମଞ୍ଜା,ଆଳୁ, ପିଆଜ, ରସୁଣ,କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଅଦା, ରିଫାଇନ୍ ତେଲ, ଗରମ ମସଲା ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଦଳୀ ମଞ୍ଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ଏହାକୁ ପ୍ରେସର କୁକରରେ ଲୁଣ ଓ ହଳଦୀ ପକାଇ ସିଝାଇ ଦିଅନ୍ତୁ। ସିଝା ଆଳୁକୁ ଚୋପା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ତା‘ପରେ ଗ୍ୟାସରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ, କଟା କଞ୍ଚା ଲଙ୍କା,କଟା ରସୁଣ,କଟା ଅଦା ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ। ଏହା ଭାଜି ହୋଇଯିବା ପରେ ସେଥିରେ ପୂର୍ବରୁ ସିଝା ହୋଇଥିବା ମଞ୍ଜାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। କରେଇରେ ମଞ୍ଜାକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ମଞ୍ଜା ଭଲ ଭାବେ ଭାଜି ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ତା’ପରେ ମଞ୍ଜାର ମିଶ୍ରଣରେ ସିଝା ଆଳୁକୁ ଚକଟି ଦିଅନ୍ତୁ । ଏହାପରେ ସେଥିରେ କଟା ଧନିଆ ପତ୍ର,ଗରମ ମସଲା ଓ ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।

ତା’ପରେ ଚକଟା ମଞ୍ଜା ମସଲାର ମିଶ୍ରଣକୁ କଟଲେଟ୍ ବା ବରା ଆକାରରେ ଗୋଲ ଗୋଲ ଆକାର ତିଆରି କରି ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟ୍‌ଲେଟ୍ ଆକାରରେ କରିଥିବା ମଞ୍ଜାକୁ ଛାଣନ୍ତୁ। ଏହା ଟିକେ ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ମଞ୍ଜା କଟ୍‌ଲେଟ୍।

Leave A Reply

Your email address will not be published.