ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା, ଟ୍ୱିଟ କରି ଦେଲେ ସୂଚନା

ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା। ଭାରତର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତଥା ଲକ୍ଷ୍ନୌର ସାଂସଦ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ରାଜନାଥ ସିଂହ।
ସେ ଟ୍ୱିଟ କରି ଲେଖିଛନ୍ତି- ଅଳ୍ପ କିଛି ଲକ୍ଷଣ ସହ ମୁଁ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛି। ଏବେ ମୁଁ ହୋମ କ୍ଵାରେଣ୍ଟାଇନରେ ଅଛି। ଯେଉଁମାନେ ନିକଟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ନିଜ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଉଛି।
I have tested positive for Corona today with mild symptoms. I am under home quarantine. I request everyone who have recently come in my contact to isolate themselves and get tested.
— Rajnath Singh (@rajnathsingh) January 10, 2022
ସୂଚନାଯୋଗ୍ୟ ଯେ ଏବେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି। ଏହାର କବ୍ଜାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ରାଜନେତା, ବ୍ୟବସାୟୀ ସମସ୍ତେ ଫସୁଛନ୍ତି। ଆଜି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।