ମାର୍କେଟକୁ ଆସୁଛି ଆଣ୍ଟି କୋଭିଡ ବଟିକା ‘ମଲ୍ଫ୍ଲୁ’, ଔଷଧ ଖାଇଲେ ଦୂର ହେବ କୋଭିଡ

ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପାଇଁ ବିଭିନ୍ନ ପ୍ରକାର ଟିକା ମଧ୍ୟ ଆସିଲାଣି । ହେଲେ ବର୍ତ୍ତମାନ ମାର୍କେଟକୁ ଆସିବାକୁ ଯାଉଛି ଆଣ୍ଟି କୋଭିଡ ବଟିକା ବା କୋଭିଡ ଔଷଧ । ଡ୍ରଗ୍ ନିର୍ମାତା ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ ମର୍କ୍କର ଆଣ୍ଟିଭାଇରାଲ୍ COVID-19 ବଟିକା, ଖୁବ ଶୀଘ୍ର ମାର୍କେଟରେ ମଲନପୁପିରୀର ଜେନେରିକ୍ କ୍ୟାପସୁଲ ଲଞ୍ଚ କରିବ । ଏହି ବଟିକାର ମୂଲ୍ୟ ଗୋଟେ ଟ୍ୟାବଲେଟ ପିଛା ୩୫ ଟଙ୍କା ହେବ ବୋଲି କମ୍ପାନୀ କହିଛି । ତେବେ ଜଣେ କୋଭିଡ ପେସେଣ୍ଟଙ୍କୁ ଏହି ବଟିକା ପାଞ୍ଚଦିନ ପାଇଁ ଖାଇବାକୁ ଦିଆଯିବ । ପାଞ୍ଚଦିନର କୋର୍ସୋରେ ପ୍ରାୟ ୪୦ ଟି କ୍ୟାପସୁଲ ରହିବ । ଯାହାର ଭାରତୀୟ ମୂଲ୍ୟ ରହିବ ୧୪୦୦ ଟଙ୍କା । କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ମଲଫ୍ଲୁ ଆସନ୍ତା ସପ୍ତାହ ଆରମ୍ଭରୁ ସାରା ଭାରତରେ ଫାର୍ମାସିରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

ଗତ ସପ୍ତାହରେ ଭାରତ ଦୁଇଟି ଟୀକାକରଣ ସହିତ ମଲନପୁପିରଭିରକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଥିଲା, କାରଣ ଦ୍ରୁତ ଗତିରେ ବ୍ୟାପିଥିବା ଓମିକ୍ରନ୍ ଭାରିଆଣ୍ଟ କାରଣରୁ କରୋନାଭାଇରସ୍ ଦେଶରେ ବ୍ୟାପିବାରେ ଲାଗିଛି । ତେଣୁ ଏହାକୁ ରୋକିବା ପାଇଁ ବର୍ତ୍ତମାନ ଟିକା ପରେ ଏହି ବଟିକା ମଧ୍ୟ କାମ ଦେବ । ଭାରତରେ ଏହାକୁ ଉତ୍ପାଦନ କରିବା ଉଦ୍ଦେଶ୍ୟରେ, ମର୍କ୍କ ୧୦୦ରୁ କମ୍ ନିମ୍ନ ଏବଂ ମଧ୍ୟବିତ୍ତ ଦେଶକୁ ମଲନପୁରଭିରର ଜେନେରିକ୍ ଟାବଲେଟର ଭର୍ସନ୍ ପ୍ରସ୍ତୁତ ଏବଂ ଯୋଗାଇବା ପାଇଁ ଡକ୍ଟର ରେଡ୍ଡୀଙ୍କ ସମେତ ଆଠଟି ଘରୋଇ ଔଷଧ ନିର୍ମାତାଙ୍କ ସହିତ ଲାଇସେନ୍ସ ଚୁକ୍ତିନାମା କରିଛନ୍ତି। ଭାରତର ମୋଟ ୧୩ ଟି କମ୍ପାନୀ ମଲନପୁରପିର ବା ମଲ୍ଫ୍ଲୁ ତିଆରି କରିବେ ବୋଲି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଗତ ସପ୍ତାହରେ କହିଛନ୍ତି।