କାହିଁକି ଗୁମ୍ଫା ଭିତରେ ପୂଜା ପାଉଛନ୍ତି ମା’ ବୈଷ୍ଣୋ ଦେବୀ, ଜାଣନ୍ତୁ କ’ଣ କହେ କିମ୍ବଦନ୍ତୀ

ଭାରତର ବିଶ୍ଵ ପ୍ରସିଦ୍ଧ ଏବଂ ସବୁଠୁ ପବିତ୍ର ସ୍ଥଳୀ ବୈଷ୍ଣୋ ଦେବୀ ମନ୍ଦିର । ଜାମ୍ମୁକାଶ୍ମୀର ରାଜ୍ୟର ତ୍ରିକୁଟା ପର୍ବତ ଉପରେ ଅବସ୍ଥିତ । ମାତା ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର ପାହାଡ଼ର ଏକ ଗୁମ୍ଫା ଭିତରେ ଅବସ୍ଥିତ । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ କରନ୍ତି । ଯେତିକି ମହତ୍ୱ ମାତା ବୈଷ୍ଣୋ ଦେବୀଙ୍କର, ସେତିକି ହିଁ ମହତ୍ୱ ଏହି ଗୁମ୍ଫାର ରହିଥାଏ । ଦେବୀଙ୍କ ମନ୍ଦିର ଭିତରକୁ ଯିବା ପାଇଁ ଏକ ପ୍ରାଚୀନ ଗୁମ୍ଫା ଅତିକ୍ରମ କରିବାକୁ ହୁଏ । ଏହି ଗୁମ୍ଫା ବହୁତ ରହସ୍ୟମୟ ଏବଂ ଚମତ୍କାରି ଅଟେ । ଏହି ଜଳକୁ ପିଇଲେ ବଡ଼ ବଡ଼ ଅସାଧ୍ୟ ରୋଗରୁ ମୁକ୍ତି ମିଳେ, ଏହିପରି ମାନ୍ୟତା ରହିଛି । ଏହି ଜଳରେ ପବିତ୍ର ହୋଇ ମାତାଙ୍କ ଦରବାରରକୁ ଯିବାର ବିଶେଷ ମହତ୍ୱ ଥାଏ ବୋଲି କୁହାଯାଏ ।

ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ପହଞ୍ଚିବାକୁ ଘାଟିରେ ଅନେକ ଗୁମ୍ଫା ଅଛି, ଯାହା ମଧ୍ୟରୁ ଗୋଟିଏ ହେଉଛି “ଆଦି କୁଆଁରୀ” ବା “ଆଦ୍ୟକୁଆଁରି” । ଏଠାରେ ଆଉ ଏକ ଗୁମ୍ଫା ମଧ୍ୟ ଅଛି ଯାହା “ଗର୍ଭର୍ଜୁନ” ନାମରେ ପରିଚିତ । ଗର୍ଭଜୁନ ଗୁମ୍ଫାରେ ମାନ୍ୟତା ଏହା ଯେ, ମାତା ଏହି ଗୁମ୍ଫାରେ ୯ ମାସ ପର୍ଯ୍ୟନ୍ତ ଥିଲେ ଯେପରି ଗୋଟିଏ ଶିଶୁ ନିଜ ମାଆ ଗର୍ଭରେ ୯ ମାସ ରହନ୍ତି । ଗର୍ଭଜୁନ ଗୁମ୍ଫାକୁ ନେଇ କୁହାଯାଏ ଯେ, ଏହି ଗୁମ୍ଫାକୁ ଗଲେ ମନୁଷ୍ୟକୁ ଆଉ ନର୍କକୁ ଯିବାକୁ ପଡେ ନାହିଁ । ଯଦି ବି ସେ ନର୍କକୁ ଆସନ୍ତି, ତେବେ ଏମାନଙ୍କୁ କଷ୍ଟ ଉଠେଇବାକୁ ପଡେନାହିଁ ।

jammu-kashmir

ପୌରାଣିକ କଥା ଅନୁସାରେ କଟରାର ଅଳ୍ପ ଦୂରରେ ହଂସାଲୀ ଗ୍ରାମରେ ମାତଙ୍କର ପରମ ଭକ୍ତ ଶ୍ରୀଧର ରହୁଥିଲେ । ଶ୍ରୀଧରଙ୍କର କୌଣସି ସନ୍ତାନ ନଥିବାରୁ ସେ ଦୁଃଖୀ ରହୁଥିଲେ । ଥରେ ସେ ନବରାତ୍ରି ସମୟରେ କନ୍ୟା ପୂଜା କରିବା ପାଇଁ ଚିନ୍ତା କଲେ ଏବଂ କୁଆଁରୀ କନ୍ୟାଙ୍କୁ ଡାକି ନିଜ ଘରେ ବସାଇଲେ । ମା ବୈଷ୍ଣୋ ଦେବୀ ଏହି କନ୍ୟାଙ୍କ ମଧ୍ୟରୁ ଗୋଟିଏ କନ୍ୟାର ରୂପ ଧାରଣ କରି ତାଙ୍କ ମଧ୍ୟରେ ଆସି ବସିଗଲେ । ପୂଜା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ କିନ୍ତୁ ମାତା ବୈଷ୍ଣୋ ଦେବୀ ସେଠି ବସି ରହିଲେ । ସେ ଶ୍ରୀଧରଙ୍କୁ କହିଲେ କି ସେ ସମସ୍ତଙ୍କୁ ନିଜ ଘରକୁ ଭୋଜନ କରିବା ପାଇଁ ନିମନ୍ତ୍ରଣ ଦେଇ ଆସନ୍ତୁ।

ପ୍ରଥମେ ଶ୍ରୀଧର ସେହି କନ୍ୟାଙ୍କର କଥା ଶୁଣି ଆଚମ୍ବିତ ହୋଇଗଲେ କିନ୍ତୁ ପରେ ତାଙ୍କର କଥାକୁ ମାନିନେଲେ । ସେ ଆଖପାଖ ସମସ୍ତଙ୍କୁ ଡାକି ଦେଇ ଆସିଲା । ଫେରିବା ସମୟରେ ସେ ଗୋରଖ ନାଥ ଏବଂ ଭୈରବନାଥଙ୍କୁ ମଧ୍ୟ ଡାକିଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଲା କି ଇଏ କେଉଁ କନ୍ୟା ଅଟେ ଯିଏକି ଏତେ ଲୋକମାନଙ୍କୁ ଭୋଜନ କରାଇବାକୁ ଚାହୁଁଛି । ସମସ୍ତେ ଭୋଜନ କରିବା ପାଇଁ ପହଞ୍ଚିଲେ । ଏହା ପରେ ସମସ୍ତଙ୍କୁ ଭୋଜନ ଦିଆଗଲା । ଯେତେବେଳେ କନ୍ୟାଟି ଭୈରବଙ୍କ ପାଖକୁ ପହଞ୍ଚିଲେ ସେ ତାଙ୍କୁ ମାଂସ ଏବଂ ମଦ ମାଗିଲେ । ଯାହା ଉପରେ ସେହି କନ୍ୟା ଜଣଙ୍କ କହିଲେ କି ଏହା ଏକ ବ୍ରାହ୍ମଣ ଘର ଅଟେ ଏଠି ସେଗୁଡିକ କିଛି ମିଳି ପାରିବ ନାହିଁ । ଗୋରଖ ନାଥ ଜିଦି କରିଲେ କି ତାଙ୍କୁ ମଦ ଏବଂ ମାଂସ ଦରକାର । କିନ୍ତୁ ମା ବୈଷ୍ଣୋ ତାଙ୍କର ଚାଲ ବୁଝି ପାରିଲେ ଏବଂ ସେ ପବନ ରୂପ ଧାରଣ କରି ତ୍ରିକୂଟ ପର୍ବତ ଆଡକୁ ଚାଲିଗଲେ ।

vaishno-devi

ଭୈରବନାଥ ସେହି ପବନ ପଛରେ ଯିବାକୁ ଲାଗିଲେ । ଏହା ପରେ ବୈଷ୍ଣୋ ଦେବୀ ଗୋଟିଏ ଗୁମ୍ଫାରେ ୯ ମାସ ପର୍ଯ୍ୟନ୍ତ କଠିନ ତପସ୍ୟା କରିଲେ । ଭୈରବନାଥ ସେହି ରାସ୍ତାରେ ଯାଉଥିବା ସମୟରେ ଏକ ସାଧୁ ସହିତ ଦେଖାକଲେ ଏବଂ ସେହି ସାଧୁ ତାଙ୍କୁ ସେହି କନ୍ୟାର ମହାଶକ୍ତି ବିଷୟରେ କହିଲେ । ଭୈରବନାଥ ସାଧୁଙ୍କର କଥାକୁ ନ ଶୁଣି ମାତାଙ୍କୁ ଖୋଜିବା ପାଇଁ ଚାଲିଗଲେ । ସେପଟେ ମାତା ଗୁମ୍ଫାର ଅନ୍ୟ ପଟେ ରାସ୍ତା କରି ବାହାରି ଗଲେ । ଏହି ଗୁମ୍ଫାକୁ ଆଜି ଗର୍ଭଜୁନ ନାମରେ ଜଣା ଯାଇଥାଏ । ଭୈରବଙ୍କୁ ମା ଫେରିଯିବା ପାଇଁ କହିଲେ କିନ୍ତୁ ସେ ମାତାଙ୍କର କଥାକୁ ଶୁଣିଲା ନାହିଁ ।

ଯେତେବେଳ ମାତା ସେହି ଗୁମ୍ଫାରୁ ବାହାରି ଆଗକୁ ପ୍ରସ୍ଥାନ କଲେ ଭୈରବ ତାଙ୍କ ସାମ୍ନାକୁ ଆସି ଅଟକାଇ ଦେଲା ଏବଂ ଯୁଧ୍ୟ ପାଇଁ ଆହ୍ଵାନ କରିଲେ । ସେହି ସମୟରେ ବୈଷ୍ଣବୀ ଦେବୀ ମା ଚଣ୍ଡୀଙ୍କ ରୂପ ଧାରଣ କରି ନେଲେ ଏବଂ ଭୈରବଙ୍କର ମୁଣ୍ଡକୁ ଶରୀରରୁ ଅଲଗା କରିଦେଲ ଯାହାକି ଉପର ଘାଟିରେ ଯାଇ ପଡିଲା । ଏହି ଘାଟିକୁ ଲୋକମାନେ ଭୈରୋ ଘାଟି ନାମରେ ଜାଣନ୍ତି । କୁହାଯାଏ କି ମୁଣ୍ଡ କାଟିବା ପରେ ଭୈରବ ମାତାଙ୍କୁ କ୍ଷମା ପ୍ରାର୍ଥନା କରିଲେ । ମାତା ପ୍ରସନ୍ନ ହୋଇ ତାଙ୍କୁ ବରଦାନ ଦେଲେ କି ଯେଉଁ ଭକ୍ତ ମୋର ଦର୍ଶନ କରିବା ପରେ ତୁମର ଦର୍ଶନ କରିବ ତାହାର ଯାତ୍ରା ସବୁଦିନ ପାଇଁ ସଫଳ ହୋଇଯିବ । ସେଥିପାଇଁ ସମସ୍ତେ ବୈଷ୍ଣୋ ଦେବୀଙ୍କର ଦର୍ଶନ କରିବା ପରେ ଭୈରବଙ୍କର ଦର୍ଶନ କରିଥାନ୍ତି । ଏମିତି ମାନ୍ୟତା ଅଛି କି ଆଜି ବି ମା ବୈଷ୍ଣୋ ଦେବୀ ପିଣ୍ଡ ରୂପରେ ସେହି ଗୁମ୍ଫାରେ ବିରଜାମାନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.