Below header

ସୌମ୍ୟ ବାବୁ ନବୀନ ବାବୁଙ୍କ ବିରୋଧରେ ନୁହଁ ସିଷ୍ଟମ ବିରୋଧରେ କହିଛନ୍ତି: ନିରଞ୍ଜନ ପଟ୍ଟନାୟକ

ସୌମ୍ୟଙ୍କ ପାଇଁ ବାହାରିଲେ ଭାଇ ନିରଞ୍ଜନ ପଟ୍ଟନାୟକ। ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ନେତା ଟାର୍ଗେଟ କରିବା ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟନାୟକ।

କେନ୍ୟୁଜ୍(ବ୍ୟୁରୋ):ଭାଇଙ୍କ ସପକ୍ଷରେ ବାହାରିଲେ ଭାଇ । ସୌମ୍ୟଙ୍କ ପାଇଁ ବାହାରିଲେ ଭାଇ ନିରଞ୍ଜନ ପଟ୍ଟନାୟକ। ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ନେତା ଟାର୍ଗେଟ କରିବା ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟନାୟକ। କହିଛନ୍ତି, ସୌମ୍ୟ ମୋ ଭାଇ । ମୁଁ ପିଲାବେଳୁ ତାକୁ ଚିହ୍ନିଛି । ସେ ସ୍ୱାଧୀନଚେତା,ସ୍ପଷ୍ଟବାଦୀ, ସ୍ୱାଭିମାନୀ ବ୍ୟକ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ କାମ କରେ । ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଥିଲା । ଯଦି ବିଜେଡିକୁ ଅସୁବିଧା ହେଉଛି ଦଳରୁ ସୌମ୍ୟଙ୍କୁ ବାହାର କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ସୌମ୍ୟ ବାବୁ ନବୀନ ବାବୁଙ୍କ ବିରୋଧରେ ନୁହଁ ସିଷ୍ଟମ ବିରୋଧରେ କହିଛନ୍ତି ବୋଲି ସଫେଇ ଦେଇଛନ୍ତି ନିରଞ୍ଜନ।

 ସେପଟେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ । ନିରଞ୍ଜନ ବାବୁ ବଡ଼ଭାଇର ଧର୍ମ ନିଭାଉଛନ୍ତି । କିନ୍ତୁ ସାନ ଭାଇ ହିସାବରେ ସୌମ୍ୟ ବାବୁ ତାଙ୍କ କର୍ତ୍ତବ୍ୟ ପାଳନ କରନ୍ତି କି ନାହିଁ ଆମେ ଜାଣିନୁ । ସୌମ୍ୟ ବାବୁ ଯଦି ସ୍ବାଭିମାନୀ, ତାହେଲେ ସେ ଇସ୍ତଫା ଦେଉନାହାନ୍ତି କାହିଁକି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି । ସୌମ୍ୟବାବୁଙ୍କ ପୂର୍ବ କାର୍ଯ୍ୟକଳାପ କହୁଛି, ସେ କଂଗ୍ରେସରେ ଥିଲା ବେଳେ ନିରଞ୍ଜନ ବାବୁ ବହୁତ ସହିଛନ୍ତି । ତାପରେ ବି ନିରଞ୍ଜନ ବାବୁ ଏକଥା କହୁଛନ୍ତି ମାନେ ସେ ତାଙ୍କ ବଡ଼ଭାଇର କର୍ତ୍ତବ୍ୟ ନିଭାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.