ଦକ୍ଷିଣ ଏସିଆ ରାଉଣ୍ଡ ଟେବଲ୍ ୟୁନେସ୍କୋ ଚେୟାରଙ୍କ କିଟ୍ ଓ କିସ୍ ପରିଦର୍ଶନ

ଭୁବନେଶ୍ବରରେ କିଟ୍ ଓ କିସ୍ ପରିଦର୍ଶନ କଲେ ଦକ୍ଷିଣ ଏସିଆ ରାଉଣ୍ଡ ଟେବଲ୍ ୟୁନେସ୍କୋ ଚେୟାର । ମାର୍ଚ୍ଚ ୧୮ ଓ ୧୯ତାରିଖ ଦୁଇ ଦିନ ଧରି କିଟ୍ ପରିସରରେ ଚାଲିଥିବା ରାଉଣ୍ଡ ଟେବଲ୍ ୟୁନେସ୍କୋ ଚେୟାର ସମ୍ମିଳନୀ ଅବସରରେ ଚେୟାରର ଏକ ପ୍ରତିନିଧିମଣ୍ଡଳୀ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି  ।

ଭୁବନେଶ୍ବର (କେନ୍ୟୁଜ୍‌): ଭୁବନେଶ୍ବରରେ କିଟ୍ ଓ କିସ୍ ପରିଦର୍ଶନ କଲେ ଦକ୍ଷିଣ ଏସିଆ ରାଉଣ୍ଡ ଟେବଲ୍ ୟୁନେସ୍କୋ ଚେୟାର । ମାର୍ଚ୍ଚ ୧୮ ଓ ୧୯ତାରିଖ ଦୁଇ ଦିନ ଧରି କିଟ୍ ପରିସରରେ ଚାଲିଥିବା ରାଉଣ୍ଡ ଟେବଲ୍ ୟୁନେସ୍କୋ ଚେୟାର ସମ୍ମିଳନୀ ଅବସରରେ ଚେୟାରର ଏକ ପ୍ରତିନିଧିମଣ୍ଡଳୀ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି  । ଏହି ରାଉଣ୍ଡ ଟେବଲ୍ ଚେୟାରରେ ବିଭିନ୍ନ ଦେଶର ପ୍ରଫେସର ଚେୟାରମାନେ ସାମିଲ ଅଛନ୍ତି। ଏହି ଅବସରରେ ସେମାନେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଓ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରି ଆଶ୍ଚର୍ଯ୍ୟ ହୋଇଥିଲେ ।

କିସ୍ ର ୪୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ୟୁନେସ୍କୋର ନୂଆଦିଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ଟିମ୍ କର୍ଟିସ୍ କିସ୍ ଓ ୟୁନେସ୍କୋ ମିଳିତ ଭାବେ ଶିକ୍ଷା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । କିସ୍ ଯେଭଳି କାର୍ଯ୍ୟ କରୁଛି ବାସ୍ତବିକ ତାହା ଆଶ୍ଚର୍ଯ୍ୟଜନକ । କିସ୍ ଏକ ଅତି ସୁନ୍ଦର ପ୍ଲାଟଫର୍ମ ହୋଇଥିବାରୁ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଏହାର ସଦୁପଯୋଗ କରିବାକୁ କର୍ଟିସ୍ ପରାମର୍ଶ ଦେଇଥିଲେ । ଶିକ୍ଷା ଜରିଆରେ ସଶକ୍ତିକରଣ କରିବା ନେଇ ୟୁନେସ୍କୋର ଯେଉଁ ଲକ୍ଷ୍ୟ ରହିଛି ତାହା କିସ୍ କିଭଳି ପୂରଣ କରୁଛି ତାହା ସେମାନେ ଦେଖି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ପ୍ରଶଂସା କରିଥିଲେ । ଶିକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟକରି କିସ୍ ୨୦୨୨ରେ ୟୁନେସ୍କୋ ଇଣ୍ଟରନ୍ୟାସ୍ନାଲ୍ ଲିଟେରାସୀ ପୁରସ୍କାର ଲାଭ କରିଥିଲା ।

Leave A Reply

Your email address will not be published.