Below header

ଆରମ୍ଭ ହୋଇଛି ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକିୟା, ଅସ୍ତରଙ୍ଗ ବନବିଭାଗ ପକ୍ଷରୁ କଟକଣା ଜାରି

କେନ୍ୟୁଜ୍(ବ୍ୟୁରୋ):  ଆରମ୍ଭ ହୋଇଛି ଅଲିଭ୍‌ ରିଡଲେ କଇଁଛଙ୍କ ଅଣ୍ଡାଦାନ । ଏଥିପାଇଁ ଅସ୍ତରଙ୍ଗ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଆଜିଠୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ଫଳରେ ସମୁଦ୍ର କୂଳଠାରୁ ୨୦କିଲୋମିଟର ଭିତରେ ଟ୍ରଲର ଦ୍ୱାରା ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି।

ନଜର ରଖିବା ପାଇଁ ବନକର୍ମଚାରୀଙ୍କ ସହ ପୋଲିସ କର୍ମଚାରୀମାନେ ନିୟୋଜିତ ରହି ପାଟ୍ରୋଲିଂ କରିବେ। ଏଥିପାଇଁ ଅସ୍ତରଙ୍ଗ ବନାଞ୍ଚଳ ପକ୍ଷରୁ ୬ଟି ଅସ୍ଥାୟୀ କଇଁଛ ଶିବିର ପ୍ରସ୍ତୁତ କରାଯାଇଛି। ପ୍ରତିବର୍ଷ ଟ୍ରଲର ମାଡରେ ଶହ ଶହ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ହେଉଛି। ସେପଟେ ୭ ମାସ ଦରି କଟକଣା ମଧ୍ୟରେ ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ। ଜୀବିକା ହରାଇବା ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.