ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ, ଅନ୍ୟପଟେ ଦିଲ୍ଲୀକୁ ହରାଇ ବାଜିମାରିନେଲା ମୁମ୍ବାଇ

ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୫୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହା ସହ ଅପରାହ୍ନର ୫୧ ମାଚରେ ମୁମ୍ବାଇ ଇଣ୍ଡିଆନ୍ସ ୯ ଓ୍ଵିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି।

ଦ୍ବିତୀୟ ପାଳିରେ ହାଇଦ୍ରାବାଦ ମାତ୍ର ୧୨୧ ରନରେ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ଏହା ହାସଲ କରିଛି। ହାଇଦ୍ରାବାଦ ପକ୍ଷରୁ ରିଦ୍ଧିମାନ ସାହା ୩୨ ବଲରେ ୩୯ ରନ୍ କରିଥିବା ବେଳେ ମନୀଷ ପାଣ୍ଡେ ୧୯ ବଲରେ ୨୬ ରନ୍ କରି ଆଉଟ ହୋଇଥିଲେ। ଶେଷରେ ଜାସନ୍ ହୋଲ୍ଡର୍ ୧୦ ବଲରେ ୨୬ ରନ୍ କରି ହାଇଦ୍ରାବାଦକୁ ବିଜୟ ଦେଇଥିଲେ।

mi

ସେହିପରି ୫୧ ତମ ମ୍ୟାଚରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ୧୧୧ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଟିମ୍ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ମୁମ୍ବାଇର ଓପନର ଈଶାନ କିଷନ ଅପରାଜିତ ୭୨ ରନ୍ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.