Below header

ଆସନ୍ତା ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି

ଭୁବନେଶ୍ବର: ଆସନ୍ତା ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବ । ୪୦ ଦିନ ଧରି ଚାଲିବାକୁ ଥିବା ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଦିନ ୧୧ଟା ୩୦ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।

ଅଧିବଶେନକୁ ସୁରୁଖୁରେ ଚଳାଇବା ସହ ପ୍ରଶ୍ନକାଳ ରହିବ ନ ନାହିଁ ସେ ନେଇ ଆଲୋଚନା ହେବ । ସେହିପରି ଦିନ ୧୦ଟା ୩୦ ମିନିଟରେ ନବ ନିର୍ବାଚିତ ଦୁଇ ବିଧାୟକଙ୍କୁ ବାଚସ୍ପତି ଶପଥପାଠ କରାଇବେ । ନଭେମ୍ବର ୨୦ରେ ଆଗତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଅତିରିକ୍ତ ଖର୍ଚ୍ଚ ଦାବି । ଅଧିବେଶନ ସମୟରେ ସମସ୍ତ ଶନିବାର ଓ ରବିବାରରେ ମଧ୍ୟ ଗୃହ କାର୍ଯ୍ୟ ଚାଲୁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.