ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନ ବାପା ନେଇଯାଉଛନ୍ତି ମତେ ଦେଉନାହାନ୍ତି, ଏଭଳି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲା ୧୧ ବର୍ଷର କୁନି ଝିଅ

କେନ୍ଦ୍ରାପଡ଼ା : ବାପା ନାଁରେ ଝିଅର ଅଭିଯୋଗ । ସ୍କୁଲରୁ ମିଳୁଥିବା ମଧ୍ୟାହ୍ନ ଭୋଜନକୁ ବାପା ବନ୍ଦ କରିଦେଇଥିବା ଅଭିଯୋଗ ଆଣିଛି ଝିଅ । କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ୍‌ ଦୁମୁକା ଗାଁର ୧୧ ବର୍ଷର କୁନି ଝିଅ ସୁଶ୍ରୀ ସଙ୍ଗିତା ସେଠୀ ଆଣିଛନ୍ତି ଏଭଳି ଅଭିଯୋଗ । ମା ଛେଉଣ୍ଡ ସୁଶ୍ରୀ ବଡ଼ବାପାଙ୍କ ପାଖରେ ରୁହନ୍ତି । ବାପା ରମେଶ ସେଠୀ ଦ୍ୱିତୀୟ ବିବାହ କରିଛନ୍ତି ।

ଗାଁ ସ୍କୁଲରେ ପାଠ ପଢୁଥିବା ବେଳେ ତାର ମିଡ୍‌ ଡେ ମିଲ୍‌କୁ ତାର ବାପା ନେଇଯାଉଥିବା ବେଳେ ତାକୁ ଦେଉ ନାହାଁନ୍ତି । ଏଭଳି ଅଭିଯୋଗ ଆଣି ନିଜ ହକ୍‌ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ସୁଶ୍ରୀ । ଏହାପରେ ଜିଲ୍ଲାପାଳ ଶିକ୍ଷା ବିଭାଗ ଅଧିକାରୀଙ୍କୁ ତଦନ୍ତ କରି ସାମଗ୍ରୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.