ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ଭୁବନେଶ୍ୱର (କେନ୍ୟୁଜ): ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ୍‌ ଦେବା ପାଇଁ ୩ ଦିନ କାଜୁଆଲ୍‌ ଲିଭ୍‌ ଦିଆଯିବ । ଏହା ସାଧାରଣ ସିଏଲ୍‌ ଭାବେ ଗଣତି ହେବ ନାହିଁ । ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି ପଞ୍ଚାୟତରାଜ ସଚିବ ଅଶୋକ କୁମାର ମୀନା ।

ଭୋଟ୍‌ ପୂର୍ବଦିନ, ମତଦାନ ଦିନ ଓ ତାପର ଦିନ ତିନି ଦିନ ଛୁଟି ମିଳିବ । କେଉଁ ପଞ୍ଚାୟତରେ ଭୋଟ୍‌ ଦେବେ ସନେଇ ଲିଖିତ ଭାବରେ ଜଣାଇବେ । ସେହପରି ଯେଉଁ ଦିନ ଯେଉଁ ବ୍ଲକ, ପଞ୍ଚାୟତରେ ଭୋଟ୍‌ ରହିଛି ସେଠାରେ ଛୁଟି ଘୋଷଣା କରିବେ ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.