ଗୁଜୁରାଟରୁ ୧୬୫୦ ଜଣ ପ୍ରବାସୀଙ୍କୁ ନେଇ ଅନୁଗୁଳରେ ଆସି ପହଞ୍ଚିଲା ସ୍ପେଶାଲ ଟ୍ରେନ

ଅନୁଗୁଳ: ଆଜି ଗୁଜୁରାଟ ଭଲସାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଅନୁଗୁଳରେ ପହଂଚିଛି ସ୍ୱତନ୍ତ୍ର ଟ୍ରେନ । ୧୬୫୦ ପ୍ରବାସୀଙ୍କୁ ନେଇ ଆସି ପହଂଚିଛି ଏହି ସ୍ପେଶାଲ ଟ୍ରେନ । ଏହି ଟ୍ରେନ ଜରିଆରେ ଅନୁଗୁଳ ଜିଲ୍ଲାର ସର୍ବାଧିକ ୬୩୪ ଜଣ ଥିବା କାରଣରୁ ଜିଲ୍ଲା ଷ୍ଟେସନରେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦ ଜଣ କର୍ମଚାରୀ ନିୟୋଜିତ ହେବା ସହ ଏହାର ତଦାରଖ ଦାୟିତ୍ୱରେ ଅଛନ୍ତି ଖୋଦ ଜିଲ୍ଲାପାଳ ଓ ଏସ୍ପି । ଷ୍ଟେସନରେ ଶ୍ରମିକ ମାନଙ୍କ ପାଇଁ ୧୨ ଟି କାଉଣ୍ଟର ଖୋଲାଯାଇଛି । ସମସ୍ତ ପ୍ରବାସୀଙ୍କ ପଞ୍ଜିକରଣ କରାଯାଇ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ଅଂଚଳକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.