ସଫଳ ହେଲା ସରକାରଙ୍କ ମାଗଣା ଟ୍ରେନ ସେବା: ପରିଜନଙ୍କୁ ନେଇ ଚେନ୍ନାଇ ଫେରିଲେ ସମ୍ପର୍କୀୟ

ଯାତ୍ରୀଙ୍କ ସୁବିଧା ପାଇଁ ଭଦ୍ରକରୁ ଚେନ୍ନାଇକୁ ଏକ ସ୍ଵତନ୍ତ୍ର ଟ୍ରେନ୍ ବାହାରିଛି । ଭଦ୍ରକ ଷ୍ଟେସନରୁ ବାହାରିଥିବା ଏହି ଟ୍ରେନ୍‌ରେ ଆହତ ଯାତ୍ରୀ, ଆହତଙ୍କ ସମ୍ପର୍କୀୟ ନିଃଶୁକ୍ଳ ଯାତ୍ରା ସୁବିଧା କରାଯାଇଛି । ଏହା ସହ ମୃତଦେହ ନେବା ପାଇଁ ଲାଗିଛି ସ୍ଵତନ୍ତ୍ର ବ୍ୟବସ୍ଥା ଥିବା କୋଚ୍‌।

ଭଦ୍ରକ (କେନ୍ୟୁଜ): ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପରେ ମୃତକଙ୍କ ପରିଚୟକୁ ନେଇ ଚିନ୍ତା । ମିଳୁନି ଅଧିକାଂଶ ମୃତକଙ୍କ ପରିଚୟ କି ହୋଇପାରୁନି ଚିହ୍ନଟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ ପାଇଁ ଆସିଥିବା ହଜାର ହଜାର ସମ୍ପର୍କୀୟ ଆଜି ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିନ ୧ .୩୨ ମିନିଟରେ ଭଦ୍ରକକୁ ଚେନ୍ନାଇ ଫେରିଛନ୍ତି। ଏହି ଟ୍ରେନ୍‌ରେ ଆହତ ଯାତ୍ରୀ, ଆହତଙ୍କ ସମ୍ପର୍କୀୟ ନିଃଶୁକ୍ଳ ଯାତ୍ରା ସୁବିଧା କରାଯାଇଛି । ଏହା ସହ ମୃତଦେହ ନେବା ପାଇଁ ଲାଗିଛି ସ୍ଵତନ୍ତ୍ର ବ୍ୟବସ୍ଥା ଥିବା କୋଚ୍‌।

ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚି ଥିଲା। ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ ଚିହ୍ନଟ କରାଯାଇଥିଲା।ସେହିପରି କରମଣ୍ଡଳ ଟ୍ରେନର ଦୁର୍ଘଟଣା ପରେ ସୁସ୍ଥ ଥିବା ଏବଂ ଆହତ ହୋଇ ସୁସ୍ଥ ହୋଇ ଥିବା ଯାତ୍ରୀ ମନେ ଭଦ୍ରକ ରେଳ ଷ୍ଟେସନରେ ପହଂଚି ଏହି ଟ୍ରେନରେ ବସି ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଏପରିକି କେତେକ ଯାତ୍ରୀ ଅଛନ୍ତି ଯିଏକି ସମ୍ପର୍କୀୟ ଲୋକଙ୍କୁ ନ ପାଇ ମନ ଦୁଃଖରେ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.