ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ରେ ଡ୍ୟୁଟିରେ ଥିବା ୩ ଟିଟିଇ ସୁରକ୍ଷିତ: କହିଲେ ସେ ଦିନର ଛାତିଥରା କାହାଣୀ

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ରେ ଡ୍ୟୁଟିରେ ଥିବା ୩ ଜଣ ଟିଟିଇ ସୁରକ୍ଷିତ ଭାବେ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ପହଞ୍ଚିଛନ୍ତି। ସେମାନେ ହେଲେ ବିଜୟ କୁମାର ମହାନ୍ତି , ଯୁଧିଷ୍ଠିର ସାହୁ ଓ ଜତିନ କୁମାର ହେମ୍ରମ ।

ଖୋର୍ଦ୍ଧା (କେନ୍ୟୁଜ) : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲେଶ୍ବର ବାହାନଗାଠାରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ୍‌ ଏବଂ ଯଶଓ୍ବନ୍ତପୁର ଏକ୍ସପ୍ରେସ୍‌। ଫଳରେ ଉଭୟ ଟ୍ରେନର ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ସବୁଠୁ ବଡ କଥା ହେଉଛି ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ରେ ଡ୍ୟୁଟିରେ ଥିବା ୩ ଜଣ ଟିଟିଇ ସୁରକ୍ଷିତ ଭାବେ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ପହଞ୍ଚିଛନ୍ତି। ସେମାନେ ହେଲେ ବିଜୟ କୁମାର ମହାନ୍ତି , ଯୁଧିଷ୍ଠିର ସାହୁ ଓ ଜତିନ କୁମାର ହେମ୍ରମ ।

ଜତିନ କୁମାର ହେମ୍ରମ କହିଛନ୍ତି ଯେ ସେ ବି-ଏଇଟ୍ ବଗିରେ ଡ୍ୟୁଟି କରୁଥିଲେ। ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ଏତେ ଜୋର୍ ଥିଲା ଯେ କିଛି ସେକେଣ୍ଡ ପାଇଁ ସେ ଥରି ଉଠିଥିଲେ। ମନରେ ଦୁର୍ଘଟଣା ଭାବନା ଆସୁ ଆସୁ ଆଗ ବଗିମାନଙ୍କରୁ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଥିଲା । ବଗିରୁ ଓହ୍ଲାଇବା ପରେ ଦୃଶ୍ୟ ହୃଦୟବିଦାରକ ଥିଲା । ସେ ଡ୍ୟୁଟି କରୁଥିବା ବଗିର ଆଗକୁ ଥିବା ଦୁଇଟି କୋଚ୍‌ ଓ ପରେ ଥିବା ବଗିଗୁଡିକ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା । ହଠାତ୍‌ ଭୀଷଣ ଶବ୍ଦ ପରେ ବଗିଟି ଅଣେଇ ହୋଇଯାଇଥିଲା। ପରେ ବଗିରୁ ଓହ୍ଲାଇ ରେଲୱେ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ । ସେହି ସମୟର ଦୁର୍ଘଟଣା କିଭଳି ଥିଲା ଟିଟି ଜତିନ କୁମାର ହେମ୍ରମ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.