ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି ଓଏମ୍‌ସି ଏମ୍‌ଡି ତଥା କ୍ରୀଡ଼ା ନିର୍ଦ୍ଦେଶକ ଆର୍‌. ଭିନୀଲ କ୍ରିଷ୍ଣା, ଗତକାଲି ବିଦେଶରୁ ଫେରିଥିଲେ

କେନ୍ୟୁଜ୍(ବ୍ୟୁରୋ): ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି ଓଏମ୍‌ସି ଏମ୍‌ଡି ତଥା କ୍ରୀଡ଼ା ନିର୍ଦ୍ଦେଶକ ଆର୍‌. ଭିନୀଲ କ୍ରିଷ୍ଣା । ବିଦେଶରୁ ଫେରିଥିବାରୁ ସେ ବି COVID-19 ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁସାରେ ସେ ପଞ୍ଜିକରଣ କରିଛନ୍ତି । ଗତକାଲି ସେ ବିଦେଶରୁ ଫେରିଥିବା ଜଣାଇଛନ୍ତି ।ମାଲକାନଗିରିର ଜିଲ୍ଲାପାଳ ଥିବା ବେଳେ ମାଓବାଦୀଙ୍କ ଅପହରଣର ଶିକାର ହୋଇ ୨୦୧୧ରେ ଚର୍ଚ୍ଚାକୁ ଆସିଥିଲେ ଆର୍‌.ଭିନିଲକ୍ରିଷ୍ଣା। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.