Below header

ପ୍ରଥମ ଥର ପାଇଁ ଟମାଟୋରେ ଦୃଶ୍ୟମାନ ହେଲେ ଜଗତର ନାଥ ଶ୍ରୀଜଗନ୍ନାଥ, ଅଲୌକିକ ଦୃଶ୍ୟ ଦେଖିବା ପାଇଁ ଲାଗିଲା ପ୍ରବଳ ଭିଡ଼

ସତରେ ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । କେତେବେଳେ ପରଟାରେ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ତ କେତେବେଳେ କାନ୍ଥରେ ଉଭା ହୋଇପଡ଼ନ୍ତି ଜଗନ୍ନାଥ। କିନ୍ତୁ ପ୍ରଥମ ଥର ପାଇଁ ଟମାଟୋରେ ଜଗନ୍ନାଥ ଦୃଶ୍ୟମାନ ହୋଇଛନ୍ତି ।

ପାଟଣାଗଡ଼ (କେନ୍ୟୁଜ): ଟମାଟୋରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ସତରେ ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । କେତେବେଳେ ପରଟାରେ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ତ କେତେବେଳେ କାନ୍ଥରେ ଉଭା ହୋଇପଡ଼ନ୍ତି ଜଗନ୍ନାଥ। କିନ୍ତୁ ପ୍ରଥମ ଥର ପାଇଁ ଟମାଟୋରେ ଜଗନ୍ନାଥ ଦୃଶ୍ୟମାନ ହୋଇଛନ୍ତି ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଦଲପାଲି ଗାଁ ବିମ୍ବାଧର ମେହେରଙ୍କ ଘରେ ଦେଖିବାକୁ ମିଳିଛି । ଏଭଳି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ବିମ୍ବାଧରଙ୍କ ଘର ଆଗରେ ପ୍ରବଳ ଭିଡ଼ ଜମିଥିଲା । ପ୍ରଭୁଙ୍କ ଆବିର୍ଭାବ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ରାତି ଅଧରେ ବିମ୍ବାଧରଙ୍କ ଘରକୁ ଦୌଡ଼ି ଆସିଥିଲେ । ଏହା ସହ ଲୋକମାନେ ଭଗବାନଙ୍କ ପୂଜା କରିଥିଲେ ।

ସୂଚନା ମୁତାବକ ଦଲପାଲି ଗାଁର ବିମ୍ବାଧର ମେହେରଙ୍କ ସ୍ତ୍ରୀ ଫୁଲ ମେହେର ରୋଷେଇ କରିବା ପାଇଁ ଟମାଟୋ କାଟିବା ସମୟରେ ଏଥିରେ ପ୍ରଭୁ ଜଗନ୍ନାଥଙ୍କ ଛବି ଦେଖିବାକୁ ପାଇଥିଲେ । ଏଭଳି ଦୃଶ୍ୟ ଦେଖିବା ପରେ ସଙ୍ଗେ ସଙ୍ଗେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହୋଇଯାଇଥିଲା । ପରେ ତାଙ୍କ ଘରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଲୋକମାନେ ବି ଏଭଳି ଦୃଶ୍ୟ ଦେଖିବା ପରେ ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ । କିନ୍ତୁ କାଳିଆ ଯେତେବେଳେ ନିଜ ଯାଦୁ ଦେଖାଇବା ଆରମ୍ଭ କରେ ସେତେବେଳେ ଅନ୍ୟମାନଙ୍କ ଯାଦୁ ଫିକା ପଡ଼ିଯାଏ । ଏ ଚମତ୍କାର ଦୃଶ୍ୟ ଦେଖିବା ପରେ ଟମାଟୋରେ ଦୃଶ୍ୟମାନ ହୋଇଥିବା ଜଗନ୍ନାଥଙ୍କୁ ଲୋକେ ଏକ ପୂଜା ଥାଳିରେ ରଖି ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ ।

ଜଗନ୍ନାଥଙ୍କ ଲୀଳା ସତରେ ଅନନ୍ୟ । ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ସେ କେତେବେଳେ କେଉଁ ରୂପରେ ଆସିବେ ତାହା କେହି ଜାଣନ୍ତି ନାହିଁ । ତେବେ ଟମାଟୋରେ ଜଗନ୍ନାଥଙ୍କ ଏ ଅପରୂପ ସୌନ୍ଦର୍ଯ୍ୟ ସତରେ ସମସ୍ତଙ୍କ ମନ ମୋହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.