ବିରାଟ କୋହଲି ଦ୍ୱିତୀୟ ଥର ବାପା ହେବା ପରେ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର
ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । କୋହଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୁଅ ଜନ୍ମ ହେବା ବିଷୟରେ ସୂଚନା ଦେଇଛନ୍ତି, ଯାହା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । କୋହଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୁଅ ଜନ୍ମ ହେବା ବିଷୟରେ ସୂଚନା ଦେଇଛନ୍ତି, ଯାହା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଖାସ୍ ଅନ୍ଦାଜରେ ବିରାଟ ଓ ଅନୁଷ୍କାଙ୍କୁ ଶୁଭକାମନା ଜଣାଇଛନ୍ତି । ତେନ୍ଦୁଲକର ‘X’ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବିରାଟ ଓ ଅନୁଷ୍କାଙ୍କୁ ଅକାୟଙ୍କ ଆଗମନ ପାଇଁ ଅଭିନନ୍ଦନ, ଆପଣଙ୍କ ସୁନ୍ଦର ପରିବାରରେ ଜଣେ ମୂଲ୍ୟବାନ ସଦସ୍ୟ । ଯେପରି ତାଙ୍କ ନାମ କୋଠରୀକୁ ଆଲୋକିତ କରେ, ସେପରି ସେ ଆପଣଙ୍କ ଦୁନିଆକୁ ଅସୀମ ଆନନ୍ଦ ଏବଂ ହସରେ ପରିପୂର୍ଣ୍ଣ କରନ୍ତୁ । ଦୁଃସାହସିକ କାର୍ଯ୍ୟ ଏବଂ ସ୍ମୃତିଗୁଡ଼ିକ ଏଠାରେ ଅଛି, ଯାହାକୁ ତୁମେ ସବୁଦିନ ପାଇଁ ମନେ ରଖିବ । ଦୁନିଆକୁ ସ୍ୱାଗତ, ଲିଟିଲ୍ ଚାମ୍ପ୍’ ।
କହି ରଖୁଛୁ, ପୁତ୍ର ସନ୍ତାନ ଜନ୍ମ ହେବା ପରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେମାନେ ଲେଖିଛନ୍ତି, ‘ବହୁତ ଖୁସି ଏବଂ ପ୍ରେମଭରା ହୃଦୟର ସହିତ ଏହା କହି ଖୁସି ଲାଗୁଛି ଯେ ଫେବୃୟାରୀ ୧୫ରେ ଆମେ ଆମର ବେବି ବୟ ‘ଅକାୟ’ ତଥା ଭାମିକାର ସାନଭାଇକୁ ଦୁନିଆକୁ ସ୍ୱାଗତ କରିଛୁ’ ।
Congratulations to Virat and Anushka on the arrival of Akaay, a precious addition to your beautiful family! Just like his name lights up the room, may he fill your world with endless joy and laughter. Here’s to the adventures and memories you’ll cherish forever. Welcome to the… https://t.co/kjuoUtQ5WB
— Sachin Tendulkar (@sachin_rt) February 20, 2024