ଭଙ୍ଗା ହେବ ବାରବାଟୀ ଷ୍ଟାଡିୟମ, ହେବ ୱାର୍ଲଡ କ୍ଲାସ କ୍ରିକେଟ ଷ୍ଟାଡିୟମ

ବାରବାଟୀ ହେବ ୱାର୍ଲଡ କ୍ଲାସ କ୍ରିକେଟ ଷ୍ଟାଡିୟମ । ଆସନ୍ତା ୨୭ ତାରିଖରେ ବାରବାଟୀ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ତିନି ବର୍ଷ ମଧ୍ଯରେ କାମ ସରିବ ।

ବାରବାଟୀ ହେବ ୱାର୍ଲଡ କ୍ଲାସ କ୍ରିକେଟ ଷ୍ଟାଡିୟମ । ଆସନ୍ତା ୨୭ ତାରିଖରେ ବାରବାଟୀ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ତିନି ବର୍ଷ ମଧ୍ଯରେ କାମ ସରିବ । ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି ଟଙ୍କା । ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ଭଙ୍ଗା ହୋଇ ନୂଆ କରାଯିବ । ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ବ୍ୟବସ୍ଥା ହେବ । ପଡ଼ିଆ ଭିତର ଓ ବାହାରର କରାଯିବ ସୌନ୍ଦର୍ଯ୍ୟକରଣ । ଡ୍ରେସିଂ ରୁମ, ଜିମ, ସୁଇମିଂ ପୁଲ, ଇଣ୍ଡୋର ଗେମ ବ୍ୟବସ୍ଥା କରାଯିବ ।

ଆଗାମୀ ୩ ବର୍ଷରେ ବାରବାଟୀ ଏକ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇବ। ବାରବାଟୀ ନବୀକରଣ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ପୁରା ଷ୍ଟାଡିୟମ ବୁଲିବା ସହ ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଦେଖିଥିଲେ। ଏଥିସହ ପିଚ୍, ଗ୍ରାଉଣ୍ଡ, ଗ୍ୟାଲେରୀ ସ୍ଥିତି ଅନୁଧ୍ୟାନ କରିଥିଲେ ଫାଇଭ ଟି ଅଧ୍ୟକ୍ଷ । ତାଙ୍କ ସହ ଥିଲେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓସିଏ ସମ୍ପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନୀଲ କ୍ରୀଷ୍ଣା । ପିଚ୍ ନେଇ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାପଙ୍କ ସହ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ୍ । ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି ନବୀକରଣ କାର୍ଯ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.