Below header

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ

ପୁରୀ(କେନ୍ଯୁଜ୍) : ଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଆରମ୍ଭ ହୋଇଥିଲା ଧାଡ଼ି ଦର୍ଶନ ବ୍ୟବସ୍ଥା । ହେଲେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସିଂହଦ୍ୱାର ଓ ବାଇଶି ପାହାଚରୁ ବ୍ୟାରିକେଡ୍‌ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ଭକ୍ତ । ଫଳରେ ବର୍ତ୍ତମାନ ସୁଦ୍ଧା ଧାଡ଼ି ଦର୍ଶନ ଆରମ୍ଭ ହୋଇପାରିନାହିଁ । ଜିଲ୍ଲାପାଳ ଓ ଏସ୍‌ପି ଶ୍ରୀମନ୍ଦିରରେ ପହଞ୍ଚି ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ଉଦ୍ୟମ କରୁଛନ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଆରମ୍ଭ ସମୟରେ ଭକ୍ତମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ବାଇଶି ପାହାଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ତେବେ ଧାଡି ଦର୍ଶନ ଦ୍ୱାରା ଏହି ସୁଯୋଗ ଭକ୍ତମାନଙ୍କୁ ମିଳିବ ନାହିଁ ବୋଲି ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି । ଅନ୍ଯପଟେ ଜିଲ୍ଲାପାଳ କହିଛନ୍ତି, ପୁଣି ବ୍ୟାରିକେଡ୍‌ ବସାଯିବା ପରେ ଆଜି ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ବରିଷ୍ଠ ନାଗରିକ ଓ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍‌ କରାଯିବ । ବ୍ୟାରିକେଡ୍‌ ଭାଙ୍ଗିବା ନେଇ ସିସିଟିଭି ଯାଞ୍ଚ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.