ଅଭିଜିତ ଆୟର ମିତ୍ରଙ୍କ ରିଟ୍‌ ପିଟିସନ ଉପରେ ଆଜି ହେବନି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଓଡିଶା କଳା ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଫସିଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ରଙ୍କ ରିଟ୍‌ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବନି। ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଆଜିର ତାଲିକାରୁ ମାମଲାକୁ ହଟାଯାଇଛି।  ଆସନ୍ତା ୫ ତାରିଖ ପର୍ଯ୍ଯନ୍ତ ଦିଲ୍ଲୀ ସାକେତ ଚିଫ୍‌ ମେଟ୍ରୋପଲିଟାନ କୋର୍ଟ ଅଭିଜିତଙ୍କୁ ଦେଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିବା ପାଇଁ ଗତ ୨୭ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ଭିତରେ ଅଭିଜିତ ଓଡିଶା ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ନେଇପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏଥିପାଇଁ ଆବଶ୍ୟକ ପଡିଲେ ସେ ପୋଲିସର ସହାୟତା ନେଇପାରିବେ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । ହେଲେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଅଭିଜିତ ହାଇକୋର୍ଟରେ ମାମଲା ଦାୟର କରି ପାରିନଥିବା ରିଟ୍‌ ପିଟିସନରେ ଦର୍ଶାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.