ଜମାକାରୀଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ : ଷ୍ଟେଟବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରର ପ୍ରତିନିଧି ଫେରାର

ଦେବଗଡ଼ (କେନ୍ୟୁଜ୍) : ଜମାକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ଗାଏବ । ଦେବଗଡ଼ ଜିଲ୍ଳା ବାରକୋଟ ବ୍ଳକ ବସାଲଇ ଗାଁ ପଞ୍ଚାୟତରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଗତ ୪ବର୍ଷ ହେଲା ବସାଲଇ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ବିରେନ ସାମଲ ନାମକ ଜଣେ ବ୍ୟକ୍ତି ଷ୍ଟେଟବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ଖୋଲିଥିଲେ । ଏଠାରେ ଟଙ୍କା ନେଣ ଦେଣ ପାଇଁ ବହୁ ଲୋକ ଆକାଉଣ୍ଟ ଖୋଲିଥିଲେ । ତେବେ ଟଙ୍କା ଉଠାଇବାକୁ ଜମାକାରୀ ବିରେନଙ୍କୁ କହିଥିଲେ । ତେବେ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ଟଙ୍କା ଉଠାଇବା ପରେ ଦିଆଯିବ ବୋଲି କହି ବିରେନ ଫେରାର ଅଛନ୍ତି । ଏନେଇ ଜମାକାରୀ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.