Below header

ଗାଁ ଗାଁରେ 5G ସୁବିଧା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଯୋଜନା, ୫ ଶହ କୋଟି ଟଙ୍କା ଖର୍ଚ୍ଚ

ରାଜ୍ୟରେ ୬୭୯୮ ପଞ୍ଚାୟତ ମଧ୍ୟରୁ ଏଯାଏଁ ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କ ସୁବିଧା ନଥିବା ପଞ୍ଚାୟତଗୁଡ଼ିକରେ କଷ୍ଟମର ସର୍ଭିସ ପଏଣ୍ଟ ସହ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବ ।

କେନ୍ୟୁଜ(ବ୍ୟୁରୋ):  ମିଶନ ଗାଁ। ଗାଁ ଗାଁରେ 5G ସୁବିଧା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଯୋଜନା। ଏହା ସହ ବ୍ୟାଙ୍କିଙ୍ଗ ସୁବିଧା ନଥିବା ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ୬୭୯୮ ପଞ୍ଚାୟତ ମଧ୍ୟରୁ ଏଯାଏଁ ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କ ସୁବିଧା ନଥିବା ପଞ୍ଚାୟତଗୁଡ଼ିକରେ କଷ୍ଟମର ସର୍ଭିସ ପଏଣ୍ଟ ସହ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବ । ଏଥିପାଇଁ ରାଜ୍ୟ ସରକାର ୫ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ। ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହାୟତାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି।

ଅନେକ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ନଥିବାରୁ ସାଧାରଣ ଲୋକେ ବିଭିନ୍ନ ଯୋଜନାର ସହାୟତା ପାଇବା ପାଇଁ ହଇରାଣ ହରକତ ହେଉଥିଲେ । ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଏ ସମସ୍ୟାକୁ ଦୂର କରିବାରେ ସହାୟତା ହେବ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବା ପାଇଁ ପୂର୍ବରୁ ରାଜ୍ୟ ସରକାର ଅନେକବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ତାହା ଆଜିପର୍ଯ୍ୟନ୍ତ ହୋଇପାରିନଥିଲା। ସେହିପରି ଗ୍ରାମାଞ୍ଚଳରେ ଫାଇଭ ଜି ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଧ୍ୟ ମଂଜୁରୀ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.