ରାସ୍ତା ଅତିକ୍ରମ ବେଳେ ବାଘକୁ ଧକ୍କା ଦେଲା କାର୍‌, ଛଟପଟ ହୋଇ ଚାଲିଗଲା ଜୀବନ; Video ଦେଖିଲେ ଆଖିରେ ଆସିଯିବ ଲୁହ

ମହାରାଷ୍ଟ୍ରର ଗୋନ୍ଦିୟା-କୋହମାରା ରାଜପଥର ମୁର୍‌ଦୋଲୀ ଅଞ୍ଚଳରେ ଗୁରୁବାର ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ରାତି ପ୍ରାୟ ସାଢ଼େ ୧୦ଟାରେ ରାସ୍ତା ପାର୍‌ ହେଉଥିବା ବେଳେ କାର୍‌ ଧକ୍କାରେ ଏକ ବାଘର ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରର ଗୋନ୍ଦିୟା-କୋହମାରା ରାଜପଥର ମୁର୍‌ଦୋଲୀ ଅଞ୍ଚଳରେ ଗୁରୁବାର ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ରାତି ପ୍ରାୟ ସାଢ଼େ ୧୦ଟାରେ ରାସ୍ତା ପାର୍‌ ହେଉଥିବା ବେଳେ କାର୍‌ ଧକ୍କାରେ ଏକ ବାଘର ମୃତ୍ୟୁ ହୋଇଛି। କାର୍‌ଟି ଦ୍ରୁତ ଗତିରେ ଆସି ବାଘକୁ ଧକ୍କା ଦେଇଥିଲା। ଫଳରେ ଏଥିରେ ଗୁରୁତର ଆହତ ହୋଇଥିବା ବାଘଟି ଶେଷରେ ଆଖି ବୁଜିଥିଲା।

ତେବେ ଘଟଣା ପରେ ରାସ୍ତାରେ ଘୁସୁରି ଘୁସୁରି ଯାଉଥିବା ବାଘର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବାଘଟି ୨ ବର୍ଷର ଥିଲା। ନାଗଝିରା ଅଭୟାରଣ୍ୟରେ ବାଘୁଣୀ ଟି-୧୪ ଏହାକୁ ଜନ୍ମ ଦେଇଥିଲା। କହି ରଖୁଛୁ, ଗୋନ୍ଦିୟା-କୋହମାରା ରାଜପଥର ମୁରଦୋଲୀ ଅଞ୍ଚଳ ଦେଇ ଜଙ୍ଗଲ ରାସ୍ତା ଯାଇଛି।

ଗୁରୁବାର ରାତିରେ ଏହି ବାଟ ଦେଇ ଏକ କାର୍‌ ଯାଉଥିଲା। ଗାଡ଼ିର ବେଗ ବହୁତ ଅଧିକ ଥିଲା। ଏହି ସମୟରେ କାର୍‌ ସାମ୍ନାକୁ ବାଘଟି ହଠାତ୍‌ ଚାଲିଆସିବାରୁ ଗାଡ଼ି ଧକ୍କାରେ କିଛି ଦୂରକୁ ଛିଟିକି ପଡ଼ିଥିଲା। ଆହତ ଅବସ୍ଥାରେ ବାଘ ରାସ୍ତା ଉପରେ ପଡ଼ିରହିଥିଲା।

ଘଟଣାସ୍ଥଳରୁ କିଛି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଆହତ ବାଘ ରାସ୍ତା ଉପରେ ପଡ଼ିଛି। ସେ ଉଠିବାକୁ ଚେଷ୍ଟା କରୁଛି, ହେଲେ ଛିଡ଼ା ହୋଇପାରୁନାହିଁ। ଲାଗୁଛି, ଯେପରି ତା’ ଗୋଡ଼ରେ ଗୁରୁତର ଆଘାତ ଲାଗିଛି, ଯାହାଫଳରେ ସେ ଠିକ୍‌ ଭାବେ ଛିଡ଼ା ହୋଇପାରୁ ନାହିଁ। ବାଘଟି କୌଣସି ପ୍ରକାରେ ଘୁସୁରି ଘୁସୁରି ରାସ୍ତାର ଆରପଟକୁ ଚାଲିଯାଉଛି।

ବାଘ ଆହତ ହେବା ଖବର ପାଇ ଶୁକ୍ରବାର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ସକାଳ ସାଢ଼େ ୭ଟାରେ ବାଘକୁ ଧରାଯାଇଥିଲା। ଆଘାତ ଲାଗିଥିବାରୁ ବାଘ ବେହୋସ୍‌ ଅବସ୍ଥାରେ ଥିଲା। ତାକୁ ଚିକିତ୍ସା ପାଇଁ ନାଗପୁର ନିଆଯାଇଥିଲା, ହେଲେ ରାସ୍ତାରେ ହିଁ ସେ ଆଖି ବୁଜି ଦେଇଥିଲା।

You might also like