ମୌସୁମୀ ଦୁର୍ବଳ: ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର

୯୭୨ ପରେ ପୁରୀରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ । ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର । ମୌସୁମୀ ଦୁର୍ବଳ ହେବାରୁ ଉତ୍ତପ୍ତ ହେଉଛି ରାଜ୍ୟ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ବଢୁଛି ।

କେନ୍ୟୁଜ୍(ବ୍ୟୁରୋ):  ୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି । ୧୯୭୨ ପରେ ପୁରୀରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ । ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର । ମୌସୁମୀ ଦୁର୍ବଳ ହେବାରୁ ଉତ୍ତପ୍ତ ହେଉଛି ରାଜ୍ୟ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ବଢୁଛି । ୩ ଦିନ ଯାଏଁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ହେଲେ ବି ଜାରି ରହିବ ଗରମ ଓ ଗୁଳୁଗୁଳି ।

ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଯାହା ୧୨୬ ବର୍ଷର ସର୍ବକାଳୀନ ରେକର୍ଡ ୩୬.୮ ଡିଗ୍ରୀ ସେଲସିୟସ ପରେ ଦ୍ବିତୀୟ ସର୍ବାଧିକ ତାତି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ୨୦୧୮ ମସିହା ଅଗଷ୍ଟ ୪ରେ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଯାହାକି ଦ୍ବିତୀୟ ସର୍ବାଧିକ ତାପମାତ୍ରା ଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.