ଅହମ୍ମଦାବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା ମିନି ଟ୍ରକ୍‌, ୧୦ ମୃତ

ଗୁଜରାଟର ଅହମ୍ମଦାବାଦରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ମିନି ଟ୍ରକ୍‌ ରାସ୍ତାରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ଜୋର୍‌ରେ ଧକ୍କା ଦେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।

ଏହି ଦୁର୍ଘଟଣା ରାଜକୋଟ-ଅହମ୍ମଦାବାଦ ରାଜପଥର ବଗୋଦରା ଗାଁ ନିକଟରେ ଘଟିଛି। ଦୁର୍ଘଟଣାରେ ଆହତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି। ସ୍ଥାନୀୟ ପୋଲିସ ମୁତାବକ, ମୃତକଙ୍କ ମଧ୍ୟରେ ୩ ଶିଶୁ, ୫ ମହିଳା ଏବଂ ୨ ପୁରୁଷ ଅଛନ୍ତି। ଦୁର୍ଘଟଣାରେ ସମସ୍ତ ପୀଡ଼ିତ କାପଡ଼ଭଞ୍ଜର ସୁନାନ୍ଦା ଗାଁର ବୋଲି ଜଣାପଡ଼ିଛି।

ଖବର ଅନୁସାରେ, ଏହି ଲୋକମାନେ ଚୋଟିଲାରୁ ଦର୍ଶନ ସାରି ଅହମ୍ମଦାବାଦ ଫେରୁଥିଲେ। ଏହି ସମୟରେ ମିନି ଟ୍ରକ୍‌ଟି ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.