ନକ୍ସଲ ଆକ୍ରମଣରେ ସହିଦ ହେଲେ CRPF-60 ବାଟାଲିଆନର ଯବାନ, ଦୁଇମାସ ତଳେ ବିବାହ କରିଥିଲେ

ସୁଶାନ୍ତଙ୍କ ଘର ଆନନ୍ଦପୁର ପୌରପରିଷଦ ୪ ନମ୍ବର ୱାର୍ଡର ନନ୍ଦୀ ସାହିରେ । ଦୁଇମାସ ତଳେ ବିବାହ କରିଥିଲେ ସୁଶାନ୍ତ। ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଗୋଏଲ କେର।  ଟେଣ୍ଟୋ ଥାନା କୋଲହନ ଜଙ୍ଗଲରେ CRPF ଯବାନଙ୍କ ଚାଲିଥିଲା କମ୍ବିଂ ।

ଆନନ୍ଦପୁର(କେନ୍ୟୁଜ୍):  ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ । ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିବା ବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ରାଞ୍ଚି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତ ଆଖି ବୁଝିଛନ୍ତି । ସୁଶାନ୍ତଙ୍କ ଘର କେଂଦୁଝର ଜିଲ୍ଲାର ଆନନ୍ଦପୁର ପୌରପାଳିକାର ୪ ନଂ ୱାର୍ଡରେ । ଦୁଇମାସ ତଳେ ସେ ବିବାହ କରିଥିଲେ । ଦୁଇ ବର୍ଷ ତଳେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆ ଆଖିବୁଜିଥିଲେ।

ସେହିପରି ବଡଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ଚଳିତ ବର୍ଷ ଆଗପଛ ହୋଇ ଚାଲିଯାଇଥିଲେ। ସହିଦ ସୁଶାନ୍ତଙ୍କ ମା’ ଚିକିତ୍ସାଧୀନ ଅଛନ୍ତି। ଭୁବନେଶ୍ବରର ଏକ ହସ୍ପିଟାଲରେ ମା’ଙ୍କ ଦାୟିତ୍ବରେ ଅଛନ୍ତି ଭଉଣୀ।ବର୍ଷେ ମଧ୍ୟରେ ଆଗପଛ ହୋଇ ୩ ଭାଇ ଚାଲିଯାଇଛନ୍ତି।

ଆଜି ସୁଶାନ୍ତଙ୍କ ଅକାଳ ବିୟୋଗ ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  ଦୁଇଦିନ ତଳେ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଗୋଏଲକେରା ଥାନା ଅଞ୍ଚଳର କୋଲହନ ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ନକ୍ସଲଙ୍କ୍ ସହ ଗୁଳି ବିନିମୟ ହୋଇଥିଲା।  ଏଥିରେ ସୁଶାନ୍ତ ସହିଦ ହୋଇଛନ୍ତି ା ସମ୍ପୃକ୍ତ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.