୪୭ ବର୍ଷ ପରେ ରୁଷ୍‌ ଲଞ୍ଚ୍‌ କଲା ନିଜର ମୁନ୍‌ ମିଶନ, ଚନ୍ଦ୍ରକୁ ଯାତ୍ରା କଲା Luna-25

ରୁଷ୍‌ ପ୍ରାୟ ୪୭ ବର୍ଷ ପରେ ନିଜର ମୁନ୍‌ ମିଶନ ଆରମ୍ଭ କରିଛି। ଅଗଷ୍ଟ ୧୧ ପ୍ରାତଃ ୪ଟା ୪୦ରେ ଅମୁର ଓବ୍ଲାଷ୍ଟର ଭୋସ୍ତୋନୀ କସ୍‌ମୋଡ୍ରୋମ୍‌ରୁ Luna-25 Lander ମିଶନ ଲଞ୍ଚ୍‌ ହୋଇଛି। ଏହି ଲଞ୍ଚିଂ ସୋୟୁଜ୍‌ 2.1b ରକେଟ୍‌ରୁ କରାଯାଇଛି। ଏହି ମିଶନକୁ ଲୁନା-ଗ୍ଲୋବ୍‌ ମିଶନ ମଧ୍ୟ କୁହାଯାଉଛି।

ପ୍ରାୟ ୪୭ ବର୍ଷ ପରେ ରୁଷ୍‌ ନିଜର ମୁନ୍‌ ମିଶନ ଆରମ୍ଭ କରିଛି। ଅଗଷ୍ଟ ୧୧ ପ୍ରାତଃ ୪ଟା ୪୦ରେ ଅମୁର ଓବ୍ଲାଷ୍ଟର ଭୋସ୍ତୋନୀ କସ୍‌ମୋଡ୍ରୋମ୍‌ରୁ Luna-25 Lander ମିଶନ ଲଞ୍ଚ୍‌ ହୋଇଛି। ଏହି ଲଞ୍ଚିଂ ସୋୟୁଜ୍‌ 2.1b ରକେଟ୍‌ରୁ କରାଯାଇଛି। ଏହି ମିଶନକୁ ଲୁନା-ଗ୍ଲୋବ୍‌ ମିଶନ ମଧ୍ୟ କୁହାଯାଉଛି।

ସୋୟୁଜ୍‌ 2.1b ରକେଟ୍‌ ପାଖାପାଖି ୪୬.୩ ମିଟର ଲମ୍ବା। ଏହାର ବ୍ୟାସ ରହିଛି ୧୦.୩ ମିଟର ଏବଂ ଓଜନ ୩୧୩ ଟନ୍‌। ଚାରି ଷ୍ଟେଜ୍‌ ବିଶିଷ୍ଟ ଏହି ରକେଟ୍‌ Luna-25 ଲ୍ୟାଣ୍ଡରକୁ ପୃଥିବୀ ବାହାରେ ଏକ ଗୋଲାକାର ଓର୍ବିଟ୍‌ରେ ଛାଡ଼ିଛି, ଯାହାପରେ ଏହି ସ୍ପେସ୍‌କ୍ରାଫ୍ଟ ଚନ୍ଦ୍ରର ରାସ୍ତାରେ ବାହାରିଯାଇଛି।

ଏହି ପଥରେ Luna-25 ୫ ଦିନର ଯାତ୍ରା କରିବ। ଏହାପରେ ଚନ୍ଦ୍ରର ଚାରିପଟେ ୭ରୁ ୧୦ ଦିନର ଚକ୍କର କାଟିବ। ଅଗଷ୍ଟ ୨୧ କିମ୍ବା ୨୨ରେ Luna-25 ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ। ଏହାର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୧୮ କିଲୋମିଟର ଉପରେ ପହଞ୍ଚିବା ପରେ ଲ୍ୟାଣ୍ଡିଂ ଆରମ୍ଭ କରିବ। ପାଖାପାଖି ୧୫ କିଲୋମିଟର ଉଚ୍ଚତା କମିବା ପରେ ୩ କିଲୋମିଟର ଉଚ୍ଚତାରୁ ନିଷ୍କ୍ରିୟ ଅବତରଣ ହେବ। ଅର୍ଥାତ୍‌ ଧୀରେ ଧୀରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ।

Luna-25 ଚନ୍ଦ୍ରପୃଷ୍ଠରେ ବର୍ଷସାରା କାମ କରିବ। ଏହାର ଓଜନ ୧.୮ ଟନ୍‌ ରହିଛି। ଏଥିରେ ୩୧ କେଜିର ବୈଜ୍ଞାନିକ ଯନ୍ତ୍ର ଲାଗିଛି। ଏକ ସ୍ୱତନ୍ତ୍ର ଯନ୍ତ୍ର ମଧ୍ୟ ରହିଛି, ଯାହା ପୃଷ୍ଠଭୂମିରେ ୬ ଇଞ୍ଚ୍‌ ପର୍ଯ୍ୟନ୍ତ ଖୋଳି ପଥର ଓ ମାଟିର ନମୁନା ସଂଗ୍ରହ କରିବ। ଏହାଦ୍ୱାରା ଫ୍ରୋଜନ୍‌ ଓ୍ଵାଟର୍‌ ବା ଜମି ରହିଥିବା ପାଣିର ସନ୍ଧାନ ମିଳି ପାରିବ। ଫଳରେ ଭବିଷ୍ୟତରେ ଯେତେବେଳେ ମଣିଷ ଚନ୍ଦ୍ର ଉପରେ ଘର ତିଆରି କରିବ, ସେତେବେଳେ ତା’ ପାଇଁ ସେଠାରେ ପାଣିର ବ୍ୟବସ୍ଥା ହୋଇ ପାରିବ।

କହି ରଖୁଛୁ କି, ରୁଷୀୟ ସ୍ପେସ୍‌ ଏଜେନ୍ସି Luna-25କୁ ପ୍ରଥମେ ୨୦୨୧ ଅକ୍ଟୋବରରେ ଲଞ୍ଚ୍‌ କରିବାକୁ ଚାହୁଁଥିଲା। କିନ୍ତୁ ଏଥିରେ ପାଖାପାଖି ୨ ବର୍ଷର ବିଳମ୍ବ ହୋଇଛି। ୧୯୯୦ରେ Luna-25 ମିଶନ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ପୂରା ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.