କାୟା ମେଲାଉଛି କରୋନା, ସବୁ ସରକାରୀ ଡାକ୍ତରଖାନା ପ୍ରସ୍ତୁତି ରଖିବା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ସମସ୍ତ ଆବଶ୍ୟକ ଭିତ୍ତିଭୂମି ଓ ବେଡ ସହ କୋଭିଡ ଏମର୍ଜେନ୍ସି ବ୍ଲକ ପ୍ରସ୍ତୁତ ରହିବ । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପାଇଁ ୬ଟି ସ୍ୱତନ୍ତ୍ର ବେଡ ରହିବ। ଅକ୍ସିଜେନ କନ୍ସେନ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡରକୁ ପ୍ରସ୍ତୁତ ରଖାଯିବ

କେନ୍ୟୁଜ୍(ବ୍ୟୁରୋ):ଦେଶରେ କାୟା ମେଲାଉଛି କରୋନା। ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ସରକାରୀ ଡାକ୍ତରଖାନାରେ ପ୍ରସ୍ତୁତି ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ, ଆରଜିଏଚର ନିର୍ଦ୍ଦେଶକ, ସବୁ ସିଡିଏମଓ ଏବଂ ସମସ୍ତ ସରକାରୀ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟକୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। କଟକ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ, ବୁର୍ଲା ଭୀମସାର, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ କୋଭିଡ ପାଇଁ ସର୍ବନିମ୍ନ ୨୦ଟି ବେଡ ସହ ୨ଟି ଆଇସିୟୁ ପ୍ରସ୍ତୁତ ରଖିବେ। ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଇସୋଲେସନ ପାଇଁ ୧୦ଟି ବେଡ ସହ ଆନୁଷଙ୍ଗିକ ବ୍ୟବସ୍ଥା ରହିବ। ଆବଶ୍ୟକ ସ୍ଥଳେ କୋଭିଡ ବେଡ ସଂଖ୍ୟା ବୃଦ୍ଧି କରାଯିବ।
In view of the increasing no of #COVID19 cases in the country & #Odisha, @HFWOdisha has directed all CDM&PHOs & Superintendents of Govt MCHs to remain in readiness for treatment of any cases requiring hospitalization (including ICU beds, oxygen cylinders etc). #OdishaCares
— H & FW Dept Odisha (@HFWOdisha) March 27, 2023
ସମସ୍ତ ଆବଶ୍ୟକ ଭିତ୍ତିଭୂମି ଓ ବେଡ ସହ କୋଭିଡ ଏମର୍ଜେନ୍ସି ବ୍ଲକ ପ୍ରସ୍ତୁତ ରହିବ । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପାଇଁ ୬ଟି ସ୍ୱତନ୍ତ୍ର ବେଡ ରହିବ। ଅକ୍ସିଜେନ କନ୍ସେନ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡରକୁ ପ୍ରସ୍ତୁତ ରଖାଯିବ। କୋଭିଡ ସଂକ୍ରମଣ ବଢିଲେ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ କରାଯିବ। ସମସ୍ତ ମେଡିକାଲ କଲେଜ ଓ ମେଡିକାଲରେ ଫିଭର୍ କ୍ଲିନିକ୍ ସହ କୋଭିଡ ଟେଷ୍ଟିଂ ସୁବିଧା ରହିବ। କୋଭିଡ ମୁକାବିଲାର ପ୍ରସ୍ତୁତି ନେଇ ଏପ୍ରିଲ ୧୦ ଓ ୧୧ତାରିଖରେ ମକ୍ ଡ୍ରିଲ କରାଯିବ। ଆବଶ୍ୟକୀୟ ଔଷଧ, ବେଡ୍, ଆଇସିୟୁ ବେଡ, ମେଡିକାଲ ଉପକରଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ କୋଭିଡ ସ୍ଥିତିର ସମୀକ୍ଷା କରି ରାଜ୍ୟ ମାନଙ୍କୁ ସତର୍କ କରିଛି। କୋଭିଡ ପରିଚାଳନା ଓ ଟିକାକରଣ ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ପଜିଟିଭ ସାମ୍ପଲର ଜିନୋମ ସିକ୍ୟୁଏନସିଂ ସହ ଆରଟିପିସିଆର ଟେଷ୍ଟ ବୃଦ୍ଧି କରିବାକୁ କୁହାଯାଇଛି।