୨୯ ତାରିଖରୁ ଲିଙ୍ଗରାଜ ମହୋତ୍ସବ, ୬ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଚଳିତ ବର୍ଷ ଏଥିର ୭୦୦ ରୁ ଅଧିକ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୩ ବର୍ଷ ଧରି ଏହା ନିୟମିତ ଅୟୋଜନ ହୋଇଆସୁଥିବା ବେଳେ ଚଳିତ ବର୍ଷ ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ଏବଂ ଓଡ଼ିଶା କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠିତ କଳାକାର ମାନେ ନୃତ୍ୟ ପରିବେଷଣ କରିବେ।

କେନ୍ୟୁଜ୍(ବ୍ୟୁରୋ): ମହାପ୍ରଭୁଙ୍କ ଋକୁଣା ରଥ ଅବସରରେ ଆସନ୍ତା ୨୯ ତାରିଖରୁ ଲିଙ୍ଗରାଜ ମହୋତ୍ସବ । ୨୯ ରୁ ଏପ୍ରିଲ୍ ୩ ପର୍ଯ୍ୟନ୍ତ ଏକାମ୍ର ସାଂସ୍କୃତିକ ପ୍ରକାଶନ ଆନୁକୁଲ୍ୟେରେ ୬ଦିନ ଧରି ଚାଲିବ । ଚଳିତ ବର୍ଷ ଏଥିର ୭୦୦ ରୁ ଅଧିକ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୩ ବର୍ଷ ଧରି ଏହା ନିୟମିତ ଅୟୋଜନ ହୋଇଆସୁଥିବା ବେଳେ ଚଳିତ ବର୍ଷ ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ଏବଂ ଓଡ଼ିଶା କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠିତ କଳାକାର ମାନେ ନୃତ୍ୟ ପରିବେଷଣ କରିବେ।

ସେହିପରି କଲିକତାର ଗରଭା ନୃତ୍ୟ, ଉତ୍ତରଖଣ୍ଡର ଛପେଲି, ମଥୁରାର ହୋଲି, ଆସାମ ର ବୋରୋ ସହିତ ପଶ୍ଚିମ ଓଡ଼ିଶାର କଳାକାର ମାନଙ୍କ ଦ୍ବାରା ଦୂଲ୍ ଦୁଲି, ସମ୍ବଲପୁରୀ, ଘୋଡା ନାଚ ଏବଂ ଗୋଟିପୁଅ ନୃତ୍ୟ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର କଳା ସଂସ୍କୃତିକୁ ପ୍ରୋତ୍ସାହନ ଦେବାପାଇଁ ଏହା ବେଶ ସହାୟକ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନର ସଭାପତି ସୁରେଶ ରାଉତରୟ ସୂଚନା ଦେଇଛନ୍ତି

Leave A Reply

Your email address will not be published.