Below header

ନାମ୍ବିଆରୁ ଆସିଥିବା ଚିତାଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ, କିଡନୀ ରୋଗରେ ହୋଇଥିଲା ଆକ୍ରାନ୍ତ

ଗତବର୍ଷ ନାମ୍ବିଆରୁ ଆସିଥିବା ଚିତାଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଛି । ଏହି ଚିତାଟି କିଡନୀ ରୋଗରେ ପିଡୀତ ଥିଲା ବୋଲି ଜଣାପଡିଛି । ଗତ ବର୍ଷ ନାମ୍ବିଆରୁ ୮ ଟି ଚିତା ଭାରତକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ଚିତାଗୁଡିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ।

ନୂଆଦିଲ୍ଲୀ : ଗତବର୍ଷ ନାମ୍ବିଆରୁ ଆସିଥିବା ଚିତାଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଛି । ଏହି ଚିତାଟି କିଡନୀ ରୋଗରେ ପିଡୀତ ଥିଲା ବୋଲି ଜଣାପଡିଛି । ଗତ ବର୍ଷ ନାମ୍ବିଆରୁ ୮ ଟି ଚିତା ଭାରତକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ଚିତାଗୁଡିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ।

କିନ୍ତୁ ଆସିବାର କିଛି ମାସ ପରେ ଶାଶା ନାମକ ଏକ ମାଇ ଚିତା କିଡନୀ ରୋଗରେ ସଂକ୍ରମିତ ହୋଇଥିବା ଜଣାଯାଇଥିଲା । ଚିତାଟି କିଛି ଖାଉ ନଥିବାରୁ ତାର ପରୀକ୍ଷା କରାଯାଇଥିଲା । ହେଲେ ଜାନୁଆରି ୨୨, ୨୦୨୩ରେ ଶାଶା କିଡନୀ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଥିଲା। କିଛି ଦିନ ତାକୁ ଚକିତ୍ସା ମଧ୍ୟରେ ରଖାଯାଇଥିଲେ ମଧ୍ୟ ଶେଷରେ ମୃତ୍ୟୁ ମୁଖରେ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.