ବିରଳ ଘଟଣା ! ୩ ଶିଶୁ ପୁତ୍ର ଜନ୍ମ ଦେଲେ ମା’

ସମସ୍ତ ଛୁଆ ସହ ମାଁ ସୁସ୍ଥ ଥିବା ଡାକ୍ତରଙ୍କ ସୂଚନା । ୩ ଛୁଆଙ୍କର ଓଜନ ଠିକ ରହିଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି ।ଗୋଟାଏ ଛୁଆର ଓଜନ ୨କିଲୋ, ୨ୟଟି ୧୭.୫ ଓ ୩ୟଟି ୧୬.୫ରହିଥିବା ଡାକ୍ତର କହିଛନ୍ତି ।

କୋରାପୁଟ(କେନ୍ୟୁଜ୍): କୋରାପୁଟରେ ବିରଳ ଘଟଣା ।ଗର୍ଭବତୀ ଜନ୍ମ ଦେଲେ ୩ ଶିଶୁ ପୁତ୍ର । ଏସଏଲଏନ ମେଡିକାଲରେ ଜନ୍ମ କଲେ ତିନି ଛୁଆ। ତିନି ଶିଶୁ ପୁତ୍ରକୁ ଏସ‌ଏନସିୟୁରେ ରଖାଯାଇଛି । ସମସ୍ତ ଛୁଆ ସହ ମାଁ ସୁସ୍ଥ ଥିବା ଡାକ୍ତରଙ୍କ ସୂଚନା । ୩ ଛୁଆଙ୍କର ଓଜନ ଠିକ ରହିଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି ।ଗୋଟାଏ ଛୁଆର ଓଜନ ୨କିଲୋ, ୨ୟଟି ୧.୭୫ ,ଓ ୩ୟଟି ୧.୬୫ ରହିଥିବା ଡାକ୍ତର କହିଛନ୍ତି । ସ୍ଵାଭାବିକ ପ୍ରସବ କରାଇଥିବାରୁ କୋରାପୁଟ ବିଧାୟକ ରଘୁରାମ ପଡାଲ ମେଡିକାଲ କର୍ମଚାରୀ ସହ ଡ଼ାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରସୂତିଙ୍କ ପରିବାର ସହ ଆଲୋଚନା କରି ସ୍ଵାସ୍ଥ୍ୟ ସ୍ଥିତି ପଚାରି ବୁଝିଛନ୍ତି।

ଅପରପକ୍ଷେ ପ୍ରସୁତିର ସ୍ବାମୀ ହରି ଖଡା ,ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମାତୃ ଓ ଶିଶୁକେନ୍ଦ୍ରର ଡାକ୍ତର ଓ ଷ୍ଟାଫଙ୍କ ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦଣ୍ଡାଗୁଡି ଗ୍ରାମର ସୁନିତା ଖଡା ପୂର୍ବରୁ ୨ ଟି ଶିଶୁ ପୂତ୍ର ରହିଥିବା ବେଳେ ୩ ୟଥର ପ୍ରସବରେ ଏକ କାଳିନ ୩ଟି ଶିଶୁ ପୂତ୍ରକୁ ଜନ୍ମ ଦେଇଛନ୍ତି । ଆଜି ପ୍ରସବ ବେଦନା ହେବାରୁ ପ୍ରଥମେ ନନ୍ଦପୁର ହସପିଟାଲରେ ଭର୍ତି କରିଥିଲେ ।ପରେ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା ।