Below header

ଶ୍ରୀରାମ ନବମୀ ପୂର୍ବରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ଫ୍ଲାଗମାର୍ଚ୍ଚ, କାଲି ହେବ ବିଶାଳ କଳସ ଶୋଭାଯାତ୍ରା

ଫ୍ଲାଗମାର୍ଚ୍ଚରେ ପୂର୍ବାଞ୍ଚଳ ଆଇଜିହିମାଂଶୁ ଲାଲଙ୍କ ସହିତ ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି ଯୋଗ ଦେଇଥିଲେ। ଭଦ୍ରକ ସହରର ଗୋଶାଳା ଛକ ଠାରୁ ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଓ କଚେରୀ ଅଞ୍ଚଳ ପରିକ୍ରମା କରିଥିଲା।

ଭଦ୍ରକ(କେନ୍ୟୁଜ୍): ପବିତ୍ର ଶ୍ରୀରାମ ନବମୀ ପାଇଁ ଭଦ୍ରକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଐତିହାସିକ ଗାନ୍ଧୀ ପଡିଆ ଠାରେ ତ୍ରିଦିବସୀୟ ଶ୍ରୀ ରାମ ମହାଯଜ୍ଞ ଅନୁଷ୍ଠିତ ହେବ। ଆସନ୍ତାକାଲି ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ବିଶାଳ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଫ୍ଲାଗମାର୍ଚ୍ଚରେ ପୂର୍ବାଞ୍ଚଳ ଆଇଜିହିମାଂଶୁ ଲାଲଙ୍କ ସହିତ ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି ଯୋଗ ଦେଇଥିଲେ। ଭଦ୍ରକ ସହରର ଗୋଶାଳା ଛକ ଠାରୁ ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଓ କଚେରୀ ଅଞ୍ଚଳ ପରିକ୍ରମା କରିଥିଲା। ଏଥିରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଥିଲେ। କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଭଦ୍ରକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

୨ଜଣ ଅତିରିକ୍ତ ଏସପି, ୧୨ଜଣ ଡିଏସପି, ୨୫ ଜଣ ଇନ୍‌ସପେକ୍ଟର ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହିବେ। ୩୦ତାରିଖରେ ହେବାକୁ ଥିବା ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଯେପରି ଶୃଙ୍ଖଳିତ ହେବ ତାଉପରେ ଗୁରୁତ୍ୱ ଦିଆଯାଇଛି। ସହରରେ ୭୦ଟି ସିସିଟିଭି ବିଭିନ୍ନ ସ୍ଥାନରେ ଲଗାଯିବା ସହ ୮ଟି ଡ୍ରୋନ କ୍ୟାମେରା ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଉପରେ ଲକ୍ଷ୍ୟ ରଖିବ। ଶାନ୍ତି ଶୃଙ୍ଖଳା ରକ୍ଷା ସହ ସୁରୁଖୁରୁରେ ଶ୍ରୀରାମନବମୀ ପାଳନ କରିବାକୁ ନିବେଦନ କରାଯାଇଛି। କେହି ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ପୋଷ୍ଟ ନ କରିବାକୁ ଭଦ୍ରକ ଏସପି ବରୁଣ ଗୁଣ୍ଟପାଲି ଅପିଲ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.