ଆଜିଠୁ ରାଜ୍ୟବ୍ୟାପୀ ବସ୍‌ ସେବା ଆରମ୍ଭ, ତଥାପି ଆଶଙ୍କାରେ ବସ୍‌ ମାଲିକ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଆଂଶିକ ଲକ୍‌ଡାଉନ୍‌। ପୂର୍ବପେକ୍ଷା ଅଧିକ କୋହଳ କରାଯାଇଛି କଟକଣା। ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଦୋକାନ ବଜାର ଖୋଲିବା ସମୟ ସୀମା ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ କାଟାଗୋରୀ-Aରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାବେଳେ ଏଥର କାଟାଗୋରୀ-Bରେ ବସ୍‌ ଗଡିବାକୁ ଅନୁମତି ଦେଇଛନ୍ତି ସରକାର।

ରାଜ୍ୟବ୍ୟାପୀ ବସ୍‌ ସେବା ଆରମ୍ଭ ହୋଇଛି । ସିଟ୍‌ କ୍ଷମତା ଅନୁସାରେ ଯାତ୍ରୀ ପରିବହନ କରିବେ । ସମସ୍ତେ ମାନିବେ କୋଭିଡ କଟକଣା । ଅନ୍ଯପଟେ ସରକାର ବସ୍‌ ଚଲାଇବା ପାଇଁ ଅନୁମତି ଦେଇସାରିବା ପରେ ବି ଆଶଙ୍କାର ଅଛନ୍ତି ବସ୍‌ ମାଲିକ। କେତେ ଯାତ୍ରୀ ହେବେ। ସିଟ୍‌ ଭର୍ତ୍ତି ନହେଲେ କେମିତି ବସ୍‌ ଚଳାଇବେ ସେନେଇ ଚିନ୍ତାରେ ଅଛନ୍ତି। ପୂର୍ବରୁ ୨୦ ଜିଲ୍ଲାରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାବେଳେ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ । ବସ୍‌ ମାଲିକଙ୍କ କହିବାନୁସାରେ ଦୂରଗାମୀ ଗାଡିଗୁଡିକରେ ଯାତ୍ରୀ ହେବେ କିନ୍ତୁ ଲୋକାଲ ଗାଡି ଗଡିବା ପାଇଁ ସମୟ ଲାଗିବ।

ଏପଟେ ରାଜ୍ୟରେ ଚଲାଚଳ କରୁଥିବା ସମସ୍ତ ବସ୍‌ ଗୁଡିକ ପାଇଁ ସରକାର ଏପ୍ରିଲ, ମେ ଓ ଜୁନ୍‌ ମାସରେ ଟିକସ ଛାଡ କରିଥିଲେ। ଜୁଲାଇ ମାସ ପାଇଁ ମଧ୍ୟ ଟିକସ ଛାଡ କରାଯାଇଛି। ୨୦୨୦ ମାର୍ଚ୍ଚ ୨୨ ତାରିଖରୁ ଏପର୍ଯ୍ୟନ୍ତ ୧ ବର୍ଷ ମଧ୍ୟରେ ସର୍ବାଧିକ ଦୁଇ ରୁ ତିନି ମାସ ମାତ୍ର ପୂର୍ଣ୍ଣ କ୍ଷମତାରେ ବସ୍‌ ଚାଲିପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.