ସମ୍ପର୍କରେ କଳଙ୍କ: ସାବତ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲା ସଇତାନ୍ ସାବତ ବାପା

ବଲାଙ୍ଗିର(କେନ୍ଯୁଜ୍): ପାଶବିକତାର ସବୁ ସୀମ ଟପିଗଲା ପିଶାଚ ସାବତ ବାପା । ସାବତ ନାବାଳିକା ଝିଅକୁ କଲା ଦୁଷ୍କର୍ମ ଉଦ୍ୟମ । ଏବେ  ଗିରଫ ହୋଇ ଜେଲରେ । ଏଭଳି ଏକ  ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ଏହି ଘଟଣା ଶୁଣିଲେ ଯେ କେହିବି କାନରେ ହାତଦେଇେଦେବେ। କାହିକିଁନା ଯେଉଁ ପବିତ୍ର ସମ୍ପର୍କ ସୃଷ୍ଟି ଆରମ୍ଭରୁ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ସେହି ସମ୍ପର୍କକୁ କଳୁଶିତ କରିଛି ସଇତାନ୍  ସାବତ ବାପା।

ସୂଚନା ମୁତାବକଳ ବଲାଙ୍ଗିର ମହାଦେବପାଲି ଗାଁର ଭାଗବତ ବେହେରା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ବିବାହ କରିଥିଲେ। ପୂର୍ବ ସ୍ୱାମୀଙ୍କ ଠାରୁ ଜନ୍ମ ନେଇଥିବା ୧୩ ବର୍ଷର ଝିଅ ମଧ୍ୟ ସାବତ ବାପା ସହିତ ରହୁଥିଲା । ତେବେ ଗତକାଲି ନାବାଳିକା ଝିଅ ସାବତ ବାପା ସହିତ ଜଂଗଲକୁ କାଠ ଆଣିବାକୁ ଯାଇଥିଲା। ସେହି ସମୟରେ ଆଉ କେହି ନ ଥିବା ଦେଖି ସଇତାନ ପାଲଟିଥିଲା ସାବତ ବାପା। ନାବାଳିକା ଝିଅକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।

ତେବେ ଝିଅର ଚିତ୍କାର ଶୁଣି ଜଂଗଲକୁ ଆସିଥିବା କାଳୀଝରଣ ଗାଁର କିଛି ଲୋକ ତାକୁ ଉଦ୍ଧାର କରିବା ସହିତ  ସାବତ ବାପା ଭାଗବତକୁ କାବୁ କରି ପୁଇଁନ୍ତଲା ଥାନା ପୋଲିସର ଜିମା ଦେଇଥିଲେ । ପୁଇଁନ୍ତଲା ପୋଲିସ ଏକ ମାମଲା ରୁଜୁ କରି ଗତକାଲି ସଇତାନ ସାବତ ବାପାକୁ ଗିରଫ କରିଛି ।

ଏହି ଘଟଣାରେ ଆଜି ମେଡିକାଲ ପରୀକ୍ଷା ପରେ ଭାଗବତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଏହାସହିତ ସାବତ ବାପାକୁ କଠୋରରୁ ଅତି କଠୋର ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।