Below header

୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ନିଜ ଆଡୁ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍): ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ୨୦୧୭ରେ ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି । ୪ ପୋଲିସ ଅଧିକାରୀ ହେଲେ ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନସ୍ପେକ୍ଟର ଶିବପ୍ରସାଦ ସାହୁ, ରାଜେଶ ବଳିଆରସିଂ ଓ ତତ୍‌କାଳୀନ ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତି ।

ଆକାଶ ମହୁରିଆଙ୍କୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଆକାଶ ନାଁରେ ୧୪ଟି ଅପରାଧିକ ମାମଲା ରହିଥିଲା। ଗୋଡାଇବା ବେଳେ ବାଇକ୍‌ରୁ ପଡି ଆକାଶଙ୍କ ମୃତ୍ୟୁ ହୋଇଥିବା କହିଥିଲା ପୋଲିସ । ହେଲେ ଆକାଶକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଖୋଳତାଡ କରିବ କ୍ରାଇମ୍‌ବ୍ରାଞ୍ଚ । କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ SP ରାମଚନ୍ଦ୍ର ଥମ୍ବ ଟିମ୍‌ର ନେତୃତ୍ୱ ନେଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.