ମାସ ଆରମ୍ଭରୁ ବଡ଼ ଝଟକା୍‌, ୧୦୦ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଆଜି ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ଡିସେମ୍ବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ ସରକାରୀ ତେଲ କମ୍ପାନୀ ଗ୍ୟାସ୍‌ ସିଲିଣ୍ଡର ଦାମରେ ବୃଦ୍ଧି କରିଛନ୍ତି। ଆଜି ଗ୍ୟାସ୍‌ ସିଲିଣ୍ଡର ଦାମ ୧୦୩ ଟଙ୍କା ୫୦ ପଇସା ଟଙ୍କା ବଢିଛି। ଗତ ମାସରେ ସିଲିଣ୍ଡର ଦାମ୍‌ ୨୬୬ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଥିଲା। ତେବେ ଏହି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ହୋଇଛି। ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ଆସିନାହିଁ। ଅର୍ଥାତ୍‌ ରୋଷେଇ ଗ୍ୟାସ ଆପଣ ପୁରୁଣା ଦରରେ ପାଇପାରିବେ।

ଏତିକି ଟଙ୍କା ମହଙ୍ଗା ହେଲା ଦର

ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି । ଏହି ଦାମ୍‌ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା କମର୍ସିଆଲ ସିଲିଣ୍ଡର ଦାମ୍‌ ୨,୧୦୦ ଟଙ୍କାରେ ପହଞ୍ଚିଛି। ଏହାଛଡା ଦିଲ୍ଲୀରେ ୧୪.୨ କିଗ୍ରା ସିଲିଣ୍ଡର ଦାମ୍‌ ୮୯୯.୫୦ ଟଙ୍କା ରହିଛି।

ସେହିପରି କୋଲକତାରେ ୧୯ କିଗ୍ରା କମର୍ସିଆଲ ସିଲିଣ୍ଡର ଦାମ୍‌ ୨,୧୭୭ ଟଙ୍କା, ମୁମ୍ବାଇରେ ୨,୦୫୧ ଟଙ୍କା ଏବଂ ଚେନ୍ନାଇରେ ୨,୨୩୪ ଟଙ୍କା ଗ୍ୟାସ୍‌ ଦର ପହଞ୍ଚିଛି।

ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ଆସିନାହିଁ। ଦିଲ୍ଲୀରେ ୧୪.୨ କିଗ୍ରା ଅଣ ସବସିଡି ଗ୍ୟାସ ସିଲିଣ୍ଡର ଦର ୮୯୯.୫୦ ଟଙ୍କା, କୋଲକତାରେ ୯୨୬ ଟଙ୍କା, ମୁମ୍ବାଇରେ ୮୯୯.୫ ଟଙ୍କା ଏବଂ ଚେନ୍ନାଇରେ ୯୧୫.୫ ଟଙ୍କା ରହିଛି। ଗତ ଅକ୍ଟୋବର ମାସ ୬ ତାରିଖରେ ଘରୋଇ ଗ୍ୟାସ ଦର ବଢିଥିଲା। କିନ୍ତୁ ନଭେମ୍ବରରେ କୌଣସି ମୂଲ୍ୟ ବୃଦ୍ଧି ଘଟିଛି।

ଏପରି ଚେକ କରନ୍ତୁ ଏଲପିଜି ଦାମ୍‌

ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିବା ପାଇଁ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ହେବ। ଏଠାରେ କମ୍ପାନୀ ପ୍ରତି ମାସ ନୂଆ ରେଟ ଜାରି କରିଥାଏ। ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିପାରିବେ। ଆପଣ ଗ୍ୟାସ୍‌ ଦର ଚେକ୍‌ କରିବା ପାଇଁ https://iocl.com/Products/IndaneGas.aspx  ଲିଙ୍କ ଉପରେ କ୍ଲିକ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.