ଛତୁ ହେଲା ଛୋଟା ଘର, ମୋଷ୍ଟ ୱାଣ୍ଟେଡ ଡ୍ରଗ୍‌ସ ମାଫିଆ ଶୁଭ୍ରାଂଶୁ ପରିଡ଼ାର ସଂପତ୍ତି ବାଜ୍ୟାପ୍ତି

ଖୋର୍ଦ୍ଧା(କେନ୍ୟୁଜ୍): ଛତୁ ହେଲା ଛୋଟା ଘର। ଏସଟିଏଫର ମୋଷ୍ଟ ୱାଣ୍ଟେଡ ଡ୍ରଗ୍‌ସ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ାର ସଂପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଜାରି ରହିଛି। ଆଜି ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତିପୁରରେ ଥିବା ୩୦ବଖରା ଜବରଦଖଲ ଘରକୁ ମାଟିରେ ମିଶାଇଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ଛୋଟାର ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା  ଘରକୁ ଉଚ୍ଛେଦ କରିଥିଲା ପ୍ରଶାସନ । ଯାହାର ମୂଲ୍ୟ ୨ କୋଟିରୁ ଅଧିକ ହେବ । ସେପଟେ ଛୋଟା ଗିରଫ ହେବାପରେ ତା ଦାମୀ ଗାଡି ଗୁଡିକ ଏବେ ଉଭାନ ହୋଇ ଯାଇଛି । ଯାହାକୁ ଜବତ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଜିଲ୍ଲା ପ୍ରଶାସନ। ସେପଟେ ଛୋଟାକୁ ତିନି ଦିନିଆ ରିମାଣ୍ଡରେ ନେଇ STF ପଚରା ଉଚରା କରିବା ପରେ ଏବେ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.