୮ଦଫା ଦାବିରେ ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତା ଅବରୋଧ

କଳାହାଣ୍ଡି (କେନ୍ୟୁଜ୍) : ବିଭିନ୍ନ ଦାବିରେ ରାସ୍ତାରୋକ। ୮ଦଫା ଦାବିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବକ କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି। ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତା ଗୋଲାମୁଣ୍ଡାରେ ଧାରଣାରେ ବସିଛନ୍ତି । ଫଳରେ ଗାଡି ମୋଟର ଚଳାଚଳ ଠପ୍ ହୋଇଯିବା ସହ ଦୋକାନ, ବଜାର ବନ୍ଦ ରହିଛି। ଭୂମିହୀନଙ୍କୁ ତୁରନ୍ତ ଘର ଡିହ ପଟ୍ଟା ପ୍ରଦାନ, ଗୋଲାମୁଣ୍ଡା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଓ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ପଦବୀ ପୂରଣ ପାଇଁ ଦାବି କରାଯାଇଛି। ଶୀଘ୍ର ଦାବି ପୂରଣ ନେହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.