Below header

ଆଇସିଆଇସିଆଇ ଲୋନ୍‌ ଦୁର୍ନୀତି ମାମଲା : ଚନ୍ଦା କୋଚର ଓ ଭିଡିଓକନ୍‌ ମାଲିକଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଇସିଆଇସିଆଇ ଋଣ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚର ଓ ଭିଡିଓକନ୍ ମୁଖ୍ୟ ବେଣୁଗୋପାଳ ଧୂତଙ୍କ ଘରେ ଚଢାଉ କରିଛି ଇଡି । ପୂର୍ବରୁ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ଓ ବେଣୁଗୋପାଳଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା ସିବିଆଇ । ଆଇସିଆଇସିଆଇ ବ୍ୟାଙ୍କ ଋଣ ପ୍ରଦାନ ନୀତିର ଉଲ୍ଲଙ୍ଘନ କରି ଭିଡିଓକନକୁ ୩ ହଜାର ୨୫୦ କୋଟିର ଋଣ ଦେଇଥିଲା ।

ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପରେ ମାମଲାର ତଦନ୍ତ ଭାର ଜଷ୍ଟିସ୍ ଶ୍ରୀକୃଷ୍ଣ କମିସନଙ୍କୁ ଦିଆଯାଇଥିଲା । ଋଣ ପ୍ରଦାନରେ ବ୍ୟାଙ୍କର ଆଚାର ସଂହିତା ଉଲ୍ଲଘଂନ ହୋଇଥିବା କମିସନ କହିଥିଲେ । ଏହି ଲୋନର ଏକ ପ୍ରତିଶତ ଅର୍ଥ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ ଦ୍ୱାରା କମ୍ପାନୀକୁ ମିଳିଥିଲା । ଏହା ଦ୍ୱାରା ତାଙ୍କୁ ଅନେକ ଲାଭ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.