Below header

ଆଜି ଭାରତୀୟ ଚିକିତ୍ସକ ସଂଘର ଡାକ୍ତରଙ୍କ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ: ରାଜ୍ୟରେ ଥିବା ସମସ୍ତ ନର୍ସିଂ ହୋମ୍‌ ଓ କ୍ଲିନିକରେ ଚିକିତ୍ସା ପାଇବାରୁ ବଞ୍ଚିତ ହେବେ ରୋଗୀ

ଭୁବନେଶ୍ବର: ଆଜି ଦିନ ସାରା ଚିକିତ୍ସା ପାଇବାରୁ ରୋଗୀ ବଞ୍ଚିତ ହେବେ। ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ୍‌ ଓ ନୀତି ଆୟୋଗର ବିଜ୍ଞପ୍ତି ପ୍ରତ୍ୟାହାର ଦାବିରେ ଭାରତୀୟ ଚିକିତ୍ସକ ସଂଘର ଡାକ୍ତରଙ୍କ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଫଳରେ ରାଜ୍ୟରେ ଥିବା ସମସ୍ତ ନର୍ସିଂ ହୋମ୍‌ ଓ କ୍ଲିନିକ୍‌ ସକାଳ ୬ରୁ ସନ୍ଧ୍ୟା ୬ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଆୟୁର୍ବେଦିକ ଓ ହୋମିଓପାଥିକ ଡାକ୍ତରମାନେ ଅସ୍ତ୍ରୋପଚାର କଲେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବନତି ହେବା ସହ ଏହା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିବ । ତେଣୁ ସରକାର ତୁରନ୍ତ ଏହି ଆଇନ୍‌କୁ ପ୍ରତ୍ୟାହାର କରିବାକୁ ଦାବି କରି ଗତ ୮ ତାରିଖରେ ଭାରତୀୟ ମେଡିକାଲ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.