ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଲୁଟ୍ । ଜଣେ ମହିନ୍ଦ୍ରା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ୩ ଦୁର୍ବୃତ୍ତ ପାଖାପାଖି ଲକ୍ଷେ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଗତକାଲି ରାତିରେ ଏହି ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ଖବର ମୁତାବକ, ଗୁଳି ମାଡ଼ର ଶିକାର ହୋଇଥିବା ଫାଇନାନ୍ସ କର୍ମଚାରୀ ହେଉଛନ୍ତି କିତିଶ ରଞ୍ଜନ ଭଞ୍ଜ। ତେବେ ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଥିବାବେଳେ, ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ପୋଲିସ୍ କହିବା ଅନୁଯାୟୀ, କିତିଶ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ଼ ଫେରୁଥିଲେ। ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ହଠାତ୍ ତାଙ୍କ ଉପରେ ଗୁଳି କରିଥିଲେ। ଏହାପରେ କିତିଶ ତଳେ ପଡିଯିବାରୁ, ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.