କଟକ ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ପଥଚାରୀ ଗୁରୁତର

ଚୌଦ୍ବାର: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ମଙ୍ଗୁଳି ଛକ ଠାରେ ସଡକ ଦୁର୍ଘଟଣା । ପଥଚାରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର । ଗୁରୁତରଙ୍କ ପରିଚୟ ମିଳିନାହିଁ ।

ଖବରପାଇ ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଁଚି ଗୁରୁତରଙ୍କୁ ଚେତାଶୂନ୍ଯ ଅବସ୍ଥାରେ ଉଦ୍ଧାର କରି ପିସିଆର ଗାଡି ଦ୍ୱାରା ମେଡିକାଲ ପଠାଇଥିବା ବେଳେ, ଟ୍ରକ୍ ଟିକୁ ଜବତ କରିଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.