Below header

ଛାତ୍ରୀ ମୃତ୍ୟୁକୁ ନେଇ ଘଟଗାଁରେ ଉତ୍ତେଜନା, ସ୍କୁଲ ପକ୍ଷରୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇନଥିବା ଅଭିଯୋଗ

କେନ୍ଦୁଝର: ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା। ସ୍କୁଲ ଆଗରେ ମୃତଦେହ ରଖି ପରିବାର ଓ ଗ୍ରାମବାସୀଙ୍କ ବିକ୍ଷୋଭ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମସିଣାଯୋଡ଼ି ଏଜୁକେସନାଲ କମ୍ପ୍ଲେକ୍ସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗତକାଲି ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସ୍କୁଲ ପକ୍ଷରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆନଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପରେ ଛାତ୍ରୀଙ୍କ ପରିବାରକୁ କୌଣସି ସୂଚନା ନଦେଇ ମୃତଦେହକୁ ଘର ବାରଣ୍ଡାରେ ଛାଡ଼ି ପଳାଇଥିଲେ। ଏନେଇ ମୃତ ଛାତ୍ରୀଙ୍କ ପରିବାର ପୋଲିସକୁ ଖବର ଦେଇଥିଲେ ମଧ୍ୟ ପୋଲିସ ବିଳମ୍ବରେ ପହଞ୍ଚିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ପରିବାର ଓ ଗ୍ରାମବାସୀ ସ୍କୁଲ ଆଗରେ ମୃତଦେହ ରଖି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୧୨ଘଣ୍ଟା ହେଲା ମୃତଦେହ ସ୍କୁଲ ଆଗରେ ପଡିରହିଛି। ଗାଁରେ ଉତ୍ତେଜନା ଦେଖାଯାଇଥିବା ବେଳେ ପଣ୍ଡାପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.