Below header

ଜାଣନ୍ତୁ ବିଶ୍ୱର ସୁନା ମହଜୂତ ତାଲିକାରେ କେଉଁ ସ୍ଥାନରେ ଅଛି ଭାରତ

ଆମ ମାନଙ୍କ ଭିତରେ ପ୍ରାୟ ସମସ୍ତଙ୍କର ଅଳ୍ପ ବହୁତେ ସୁନା ପ୍ରତି ଏକ ଆକର୍ଷଣ ଥାଏ । ସୁନା କିଣିବାକୁ ସାଧାରଣତଃ ସମ୍ପତି କିଣିବା ସହ ମଧ୍ୟ ତୁଳନା କରାଯାଇଥାଏ । ଆପଣ ହୁଏତ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶ ଭାରତର ଲୋକେ ସବୁଠୁ ଅଧିକ ସୁନା କିଣିଥାନ୍ତି । ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଯେତେ ପରିମାଣର ସୁନା ଥାଏ ସେ ଦେଶର ଅର୍ଥ ବ୍ୟବସ୍ଥା ସେତେ ଅଧିକ ଶକ୍ତିଶାଳୀ ବୋଲି ଧରା ଯାଇଥାଏ ।  କିନ୍ତୁ ଭାରତର ସେଣ୍ଟ୍ରାଲ ବ୍ୟାଙ୍କ ଅପେକ୍ଷା ଏଠାକାର ଲୋକ ମାନଙ୍କ ପାଖରେ ଅଧିକ ପରିମାଣର ସୁନା ମହଜୁଦ ଅଛି । ସୁନା ରିଜର୍ଭ ରଖିବା କ୍ଷେତ୍ରରେ ଆମେରିକାର ସ୍ଥାନ ସବୁଠୁ ଆଗରେ ଅଛି ।

gold

ଏକ ଆକଳନ ଅନୁଯାୟୀ ଏବେ ସୁଦ୍ଧା ଏହି ଦେଶ ପାଖରେ ପ୍ରାୟ ୮,୧୩୩ .୫ ଟନ ଓଜନର ସୁନା ଅଛି । ଏହାର ଠିକ ପଛରେ ଅଛି ଜର୍ମାନୀର ସ୍ଥାନ । ଯାହାପାଖରେ ୩,୩୬୭ ଟନ ଓଜନର ସୁନା ଅଛି । ୩ୟ ସ୍ଥାନରେ ଅଛି ୟୁରୋପୀୟ ଦେଶ ଇଟାଲୀ । ଯାହା ପାଖରେ ୨,୪୫୨ ଟନ ଓଜନର ସୁନା ଗଛିତ ଅବସ୍ଥାରେ ଅଛି । ଏହାର ଠିକ ପରେ ଅଛି ଫ୍ରାନ୍ସର ସ୍ଥାନ । ବିଶ୍ୱ ସୁନା ମହଜୂତ ସଂସ୍ଥା ଅନୁଯାୟୀ ଫ୍ରାନ୍ସ ପାଖରେ ଅଛି ୨୪୩୬ ଟନ ଓଜନର ସୁନା । କ୍ଷେତ୍ର ଫଳ ଅନୁଯାୟୀ ବିଶ୍ୱରେ ସବୁଠାରୁ ବଡ ରାଷ୍ଟ୍ର ରୁଷ ଏହି ତାଲିକାର ୫ମ ସ୍ଥାନରେ ଅଛି । ଏବେ ପର୍ଯ୍ୟନ୍ତ ଏହା ପାଖରେ ଅଛି ୨୨୨୮.୨ ଟନ ଓଜନର ସୁନା ।

ଏହା ସହ ପଢନ୍ତୁ: ଡିସେମ୍ବରର ଠାରୁ ଆଉ ଟୋଲ ପ୍ଲାଜାରେ ରଖିବାକୁ ପଡିବନି ଗାଡି, ଫାସଟ୍ୟାଗ୍‌ ଦ୍ୱାରା ଆପେ ଆପେ ଭରିଯିବ ଟୋଲଟ୍ୟାକ୍ସ

ଏହା ପରେ ପରେ ଚୀନ, ସ୍ୱିଜରଲ୍ୟାଣ୍ଡ, ଜାପାନ, ନେଥରଲ୍ୟାଣ୍ଡ ଯଥାକ୍ରମେ ୬ଷ୍ଟ, ୭ମ, ୮ମ ଓ ୯ମ ସ୍ଥାନରେ ରହିଛନ୍ତି । ଏହାର ଠିକ ପରେ ୧୦ମ ସ୍ଥାନରେ ରହିଛି ଭାରତ । ଏବେ ପର୍ଯ୍ୟନ୍ତ ଭାରତ ପାଖରେ ୫୫୭.୭ ଟନ ଓଜନର ସୁନା ଏହାର ସେଣ୍ଟ୍ରାଲ ବ୍ୟାଙ୍କରେ ମହଜୂତ ଅବସ୍ଥାରେ ଅଛି । କିନ୍ତୁ ଭାରତର ଗଣ ମାଧ୍ୟମ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ ଭାରତର ମନ୍ଦିର, ନାଗରିକଙ୍କ ପାଖରେ ଅଧିକ ପରିମାଣରେ ସୁନା ମହଜୂତ ଅବସ୍ଥାରେ ଅଛି । ଭାରତ ବିଶ୍ୱରେ ସବୁଠାରୁ ଅଧିକ ସୁନା କ୍ରୟକାରୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ସୁନା ମହଜୂତ କ୍ଷେତ୍ରରେ ଏହାର ସ୍ଥାନ ୧୦ମ ରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.