ଆନନ୍ଦପୁର, ଗଣେଶ ପୂଜାରେ ଅଘଟଣ ନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ

ଆନନ୍ଦପୁର (କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର କୁସେଇ ନଦୀ ଟେଲିବେଡା ଘାଟ ରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଆଜି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ଘଷିପୁରା ବ୍ଲକ ତରିମୂଳ ପଞ୍ଚାୟତ ର ରଞ୍ଜନ କେଶୀ ଙ୍କ ପୁଅ ଶୋଭାଗ୍ୟ କେଶି । ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ସେ ନଦୀରେ ବୁଡି  ଯାଇଥିଲେ । ତାଙ୍କୁ ଗ୍ରାମବାସୀ ଉଧାର କରି କେଶଦୁରାପାଳ ମେଡିକାଲ ନେଇଥିଲେ ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗଣେଶ ପୂଜା ରେ ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.