ସମ୍ବଲପୁର ଜିଏମ୍ କଲେଜରେ ଉତ୍ତେଜନା, ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସମ୍ବଲପୁର(କେନ୍ୟୁଜ୍): ଆସିଷ୍ଟାଣ୍ଟ ପ୍ରଫେସର ଓ ଜୁନିୟର ଲେକ୍ଚର ବଦଳି ଦାବିକୁ ବିରୋଧ କରି ଉତ୍ତେଜନା। ସମ୍ବଲପୁର ଜିଏମ୍ କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି। ୪ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ୪ ଜଣ ଜୁନିୟର ଲେକ୍ଚରଙ୍କ ବଦଳି ଦାବିକୁ ବିରୋଧ କରି କଲେଜ ଗେଟ୍‌ରେ ତାଲା ପକାଇବା ସହ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଗକୁ ପରୀକ୍ଷା ଥିବାରୁ ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଶହ ଶହ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ କଲେଜରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ।

 

Leave A Reply

Your email address will not be published.