ଆନନ୍ଦପୁର କଲେଜ ପରିସରରେ ଉତ୍ତେଜନା, ସାମାନ୍ୟ କଥାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି

ଆନନ୍ଦପୁର(କେନ୍ୟୁଜ୍):  ସାମାନ୍ୟ କଥାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି । ଏଭଳି ଦେଖିବାକୁ ମିଳିଛି ଆନନ୍ଦପୁର କଲେଜ ପରିସରରେ । ପରିସ୍ଥିତିକୁ ଆଖି ଆଗରେ ରଖି ପୋଲିସର ସହାୟତା ନେଇଛନ୍ତି କଲେଜ୍‌ କର୍ତ୍ତୃପକ୍ଷ । ଘଟଣା ସମ୍ପର୍କରେ ଗୋଟିଏ ଛାତ୍ର ଗୋଷ୍ଠୀ ପ୍ରିନ୍ସିପାଲଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଗତ କାଲି ଯୁକ୍ତ ତିନି କଳା ଛାତ୍ରଙ୍କ ସହ ଯୁକ୍ତ ଦୁଇ ବିଜ୍ଞାନର ଜଣେ ଛାତ୍ରଙ୍କର ବଚସା ହୋଇଥିଲା । ଏହି ସାମାନ୍ୟ କଥାକୁ ନେଇ ଗୋଟିଏ ଗୋଷ୍ଠୀର ଛାତ୍ର ଅଣଛାତ୍ରଙ୍କୁ ଆଣି ଗଣ୍ଡଗୋଳ କରିଥିବା ଅଭିଯୋଗ କରିଛନ୍ତି ଆଉ ଏକ ଗୋଷ୍ଠୀର ଛାତ୍ର । ସେପଟେ ବାହାରେ ହୋଇଥିବା ବିବାଦକୁ କେନ୍ଦ୍ର କରି କଲେଜରେ ବଚସା ହୋଇଥିବା କହିଛନ୍ତି ପ୍ରିନ୍ସିପାଲ୍‌ । କଲେଜର ଗୋଟିଏ ପାର୍ଶ୍ୱରେ ପାଚେରୀ ନଥିବାରୁ ଅଣଛାତ୍ର ମାନେ ଅନେକ ସମୟରେ କଲେଜ୍‌ ମଧ୍ୟକୁ ଆସୁଥିବାର ସ୍ୱୀକାର କରିଛନ୍ତି ପ୍ରିନ୍ସିପାଲ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.