ଛଅ ମାସରେ ଛଅ ଶହ ଲଜ୍ଜା, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ୬ ମାସ ଭିତରେ ରାଜ୍ୟରେ ୬ଶହରୁ ଅଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି। ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ଚଳିତ ବର୍ଷ ପ୍ରଥମ ୬ମାସରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଗତବର୍ଷ ୧୪୩୦ ଜଣ ଦୁଷ୍କର୍ମର ଶିକାର ହୋଇଥିଲେ। ପ୍ରତିଦିନ ୪ ଜଣ ଦୁଷ୍କର୍ମ ଶିକାର ହେଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ଗତବର୍ଷ ମୋଟ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ତେବେ ହାରାହାରି ଦୈନିକ ୭ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.