Below header

ଶିକ୍ଷକ ଅଭାବରୁ ସେବାଶ୍ରମ ଛାଡ଼ିଲେ ଶତାଧିକ ଛାତ୍ରଛାତ୍ରୀ, ୪ କିଲୋମିଟର ଚାଲି ଚାଲି ଯାଇ ଦେଲେ ଧାରଣା

କନ୍ଧମାଳ(କେନ୍ୟୁଜ୍) : ଶିକ୍ଷକ ଅଭାବରୁ ସେବାଶ୍ରମ ଛାଡ଼ିଲେ ଶତାଧିକ ଛାତ୍ରଛାତ୍ରୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ରାଙ୍ଗାପାରୁ କୁଟିଆକନ୍ଧ ଏଜୁକେସନାଲ କଂପ୍ଲେକ୍ସରେ ଷଷ୍ଠରୁ ଦଶମ ଯାଏ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ ମଧ୍ୟ ବିଜ୍ଞାନ, କମ୍ପ୍ୟୁଟର ଓ କ୍ରୀଡ଼ା ଶିକ୍ଷକ ଆଦି ପଦ ଖାଲି ପଡ଼ିଛି । ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବହୁବାର ଅବଗତ କରାଯାଇଥିଲେ ବି ସୁଫଳ ନମିଳିବାରୁ ବାଧ୍ୟ ହୋଇ ସମସ୍ତ ଛାତ୍ରଛାତ୍ରୀ ସେବାଶ୍ରମ ଛାଡ଼ିଛନ୍ତି । ରାଙ୍ଗାପାରୁ ସ୍କୁଲରୁ ୪ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସି ବେଲଘରରେ ପହଞ୍ଚି କୁଟିଆ କନ୍ଧ ଉନ୍ନୟନ କାର‌୍ୟ୍ୟାଳୟ ଆଗରେ ସେମାନେ ଧାରଣା ଦେଇଥିଲେ । ପ୍ରଶାସନ ପକ୍ଷରୁ ତୁରନ୍ତ ଜଣେ ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଓହରିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.