Below header

ମାଲବାହୀ ଟ୍ରେନରୁ ଚୋରି କରୁଥିବା ରାକେଟକୁ ଠାବ କରିଛି ଧର୍ମଶାଳା ପୋଲିସ

ଯାଜପୁର (କେନ୍ଯୁଜ୍) : ମାଲବାହୀ ଟ୍ରେନରୁ ଚୋରି କରୁଥିବା ରାକେଟକୁ ଠାବ କରିଛି ଧର୍ମଶାଳା ପୋଲିସ। ପୋଲିସ ଆଜି ମୂରାରୀପୁର ଗ୍ରାମରେ ଚଢ଼ାଉ କରି ୩୯ ବସ୍ତା ମକା ମଞ୍ଜି ଜବତ କରିବା ସହ ଜଣଙ୍କୁ ଗିରଫ ମଧ୍ୟ କରିଛି । ସାଧାରଣତଃ ଏହି ଅଞ୍ଚଳ ଦେଇ ଯାଇଥିବା ଟ୍ରେନ ଲାଇନ କ୍ଲିୟର କରିବା ଲାଗି ବିଭାଗ ପକ୍ଷରୁ ଅନେକ ସମୟରେ ମାଲବାହୀ ଟ୍ରେନକୁ ସାଇଡ କରି ରଖାଯାଇଥାଏ। ଏହାର ସୁଯୋଗ ନେଇ ସ୍ଥାନୀୟ ଅଂଚଳର କେତେକ ଦୁର୍ବୁତ୍ତ ଦୀର୍ଘବର୍ଷ ଧରି ମାଲବାହୀ ଟ୍ରେନ ବଗିରୁ ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି କରିଥାନ୍ତି।

ଏ ସମ୍ପର୍କରେ ଧର୍ମଶାଳା ପୋଲିସ ଖବର ପାଇ ଆଜି ସକାଳେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା ଏବଂ ଏହି ସମୟରେ ସେଠାରେ ଥିବା କେତେକ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ୩୯ ବସ୍ତା ମକାମଞ୍ଜି ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣଙ୍କ ରଘୁନାଥପୁରର ଗ୍ରାମର ମାନସ ମଲ୍ଲିକ ବୋଲି ଜଣା ପଡିଛି  ଏହି ସଂପର୍କରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.